୯ ମାସର ଗର୍ଭବତୀ ନର୍ସ କରୁଛନ୍ତି ଲୋକଙ୍କ ସେବା

କର୍ଣ୍ଣାଟକ : କର୍ମ ହିଁ ଭଗବାନ । ଆମ ସମାଜରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ଘର ପରିବାର ଓ ବ୍ୟକ୍ତିଗତ କାମକୁ ପଛ କରି ନିଜର କର୍ତ୍ତବ୍ୟ ସମ୍ପାଦନ କରିବାରେ ତିଳେ ବି ହେଳା କରନ୍ତି ନାହିଁ । ଯେଉଁଥି ପାଇଁ ଦୁନିଆ ତାଙ୍କୁ ସଲାମ ପରେ । ଏମିତି ଜଣେ ନର୍ସ ଆଜି ନିଜର କାମ ପାଇଁ ପ୍ରଶଂସାର ପାତ୍ର ପାଲଟିଛନ୍ତି । ଆଜି ୧୨ ମେ’ରେ ଇଣ୍ଟରନ୍ୟାସନାଲ ନର୍ସ ଡେ’ରେ ତାଙ୍କୁ ଲୋକମାନେ ଶୁଭେଚ୍ଛା ଜଣାଇଛନ୍ତି ।

କର୍ଣ୍ଣାଟକର ଶିବମୋଗାରେ ଥିବା ଏକ ସରକାରୀ ହସ୍ପିଟାଲରେ କାମ କରୁଥିବା ରୂପା ପ୍ରବୀଣ ରାଓ ପେଶାରେ ଜଣେ ନର୍ସ । ସେ ଖୁବ୍‌ ଶୀଘ୍ର ମାଆ ହେବାକୁ ଯାଉଛନ୍ତି । କିନ୍ତୁ ନିଜର ପ୍ରେଗନାନ୍ସିର ୯ ମାସ ଯାଏ ସେ ବିନା ଛୁତିଡ୍ୟୁଟି କରୁଛନ୍ତି ।

ଖବର ଏଜେନ୍ସି ଏଏନ୍‌ଆଇ ମୁତାବିକ୍‌ ,ସାରା ଦେଶରେ କରୋନା ଭାଇରସ୍‌ର ପ୍ରଭାବ ବଢ଼ି ଚାଲିଛି। ଏଥିପାଇଁ ଲୋକଙ୍କ ସେବା କରିବାକୁ ରୂପା ପ୍ରବୀଣା  ରାଓ  ନିଜର ଗର୍ଭାବସ୍ଥା ପରେ ବି କାମରେ ଲାଗି ରହିଛନ୍ତି । ସେ କୁହନ୍ତି , ” ଆମର ହସ୍ପିଟାଲକୁ ଅନେକ ଗାଁର ଲୋକେ ନିର୍ଭରଶୀଳ। ଲୋକଙ୍କୁ ଏବେ ଆମର ଆବଶ୍ୟକତା ରହିଛି।ମୋର ସିନିୟର ମାନେ ମଧ୍ୟ ମୋତେ ଛୁଟି ନେବାକୁ କହିଛନ୍ତି । କିନ୍ତୁ  ମୁଁ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି ।  ମୁଁ ପ୍ରତିଦିନ  ୬ଘଣ୍ଟାର ସିଫ୍ଟ କରୁଛି । ”

ରୂପା କହିଛନ୍ତି କି ତାଙ୍କୁ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁୟୁରପ୍ପା ମଧ୍ୟ ଫୋନ୍‌ କରିଥିଲେ । ତାଙ୍କର ଏଭଳି ସମର୍ପିତ କାମ ପାଇଁ ପ୍ରଶଂସା କରିଥିଲେ । ତାଙ୍କୁ ବିଶ୍ରାମ ନେବାକୁ ମଧ୍ୟ ବୁଝାଇଥିଲେ । କିନ୍ତୁ ରୂପା  ମନା କରିଦେଇଥିଲେ । କହିଥିଲେ , ସେ ନିଜର କାମ ଜାରି ରଖିବାକୁ ଇଚ୍ଛା କରିଛନ୍ତି । ଏହି ମହାମାରୀରେ ସେ ଜଣେ ଯୋଦ୍ଧା ଭାବେ ସାମିଲ୍‌ ହେବାକୁ ଚାହିଁଛନ୍ତି ।

Leave a Reply

Your email address will not be published. Required fields are marked *