୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ୨୦୨୦ରେ ଭାରତକୁ ନୂଆ ଦିଗ ଦେବ -ମୋଦୀ
ନୂଆଦିଲ୍ଲୀ – ମେ ୧୨ ତାରିଖରେ ମୋଦୀ ଦେଶ ଉଦ୍ଦେଶ୍ୟରେ ସମ୍ବୋଧନ କରିବା ସମୟରେ ଦେଶକୁ ଆତ୍ମ ନିର୍ଭରଶୀଳ ହେବାପାଇଁ ଜୋର ଦେଇଛନ୍ତି । ଏଥିପାଇଁ ସେ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ର ଘୋଷଣା କରିଛନ୍ତି।
ଭାରତ ଆତ୍ମ ନିର୍ଭର ହେବା ପାଇଁ ୫ଟି ସ୍ତମ୍ଭ ଆବଶ୍ୟକ । ପ୍ରଥମ ସ୍ତମ୍ଭ ଅର୍ଥନୀତି । ଏପରି ଅର୍ଥନୀତି ବହୁ ଆଗୁ ବଢିବ ,ଦ୍ୱିତୀୟ ଇଫ୍ରାଷ୍ଟକ୍ଚର , ତୃତୀୟ ସ୍ତମ୍ଭ ଆମର ସିଷ୍ଟମ , ଏହା ଟେକ୍ନୋଲଜି ଡ୍ରିଭେନ୍ ବ୍ୟବସ୍ଥା ଉପରେ ବ୍ୟବସ୍ଥିତ ,ଚତୁର୍ଥ ଆମର ଅବସ୍ଥିତ ଓ ଆମର ଗଣତନ୍ତ୍ର ପଞ୍ଚମ ସ୍ତମ୍ଭ ଚାହିଦା ବା ଡିମାଣ୍ଡ । ଆମ ଅର୍ଥନୀତିରେ ଯେଉଁ ଚାହିଦା ଅଛି ତାହା ଆମ ପାଇଁ ସକରାତ୍ମକ ହେବ ବୋଲି ପ୍ରଧାମନ୍ତ୍ରୀ ପ୍ରକାଶ କରିଛନ୍ତି।
ଆମର ଚାହିଦା ଓ ସପ୍ଲାଏ ଚେନ୍କୁ ବୃଦ୍ଧି କରିବୁ । ଏଥିରେ ଶ୍ରମିକଙ୍କ ସ୍ୱେଦର ବାସ୍ନା ଥିବ । କରୋନା ସଙ୍କଟ ପାଇଁ ଏକ ବିଶେଷ ଆର୍ଥିକ ପ୍ୟାକେଜ୍ର ଘୋଷଣା କରୁଛି । ପୂର୍ବରୁ ଯେଉଁ ଆର୍ଥିକ ଘୋଷଣା କରାଯାଇଥିଲା । ଆଜି ଯେଉଁ ଆର୍ଥକ ପ୍ୟାକେଜ୍ର ଘୋଷଣା କରାଯାଉଛି ତାହା ୨୦ ଲକ୍ଷ କୋଟି ଟଙ୍କାର ହେବ । ଏହା ଭାରତର ଜିଡିପିର ୧୦ ପ୍ରତିଶତ । ଏହା ଭାରତର ଆର୍ଥିକ ବ୍ୟବସ୍ଥାକୁ ସହାୟକ ହେବ । ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ୨୦୨୦ରେ ଭାରତକୁ ନୂଆ ଦିଗ ଦେବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏହା ଏହି ଆର୍ଥିକ ପ୍ୟାକେଡଜ୍ ଆମ ଲଘୁ ଉଦ୍ୟା, କୁଟୀର ଶିଳ୍ପ ଆଦିକୁ ସାହାଯ୍ୟ କରିବ । ଏହା ଦେଶର କୃଷକ ଓ ଶ୍ରମିକମାନଙ୍କ ପାଇଁ ଯେଉଁମାନେ ଦିନ ରାତି କାମ କରୁଛନ୍ତି । ଏହା ମଧ୍ୟମ ବର୍ଗ ପାଇଁ ଯେଉଁମାନେ ଦେଶକୁ ଟ୍ୟାକ୍ସ ଦେଉଛନ୍ତି।
ଦେଶର ଅର୍ଥମନ୍ତ୍ରୀ ଏହି ଆର୍ଥିକ ପ୍ୟାକେଜ୍ ବିଷୟରେ ସୂଚନା ଦେବେ । ଆତ୍ମନିର୍ଭଶୀଳ ପ୍ୟାକେଜ ବିଷୟରେ ବିସ୍ତୁତ ଭାବେ ସୂଚନା ଦେବେ । ଭାରତ ସରକାର ଦେଉଥିବା ଟଙ୍କା ଗରିବ ଓ ଚାଷୀଙ୍କ ପାଖକୁ ସିଧା ସଳଖ ଗଲା । ଲକ୍ଡାଉନ୍ ବେଳେ ସବୁ ବନ୍ଦ ଥିବା ବେଳେ ଲୋକଙ୍କ ପାଖକୁ ଗଲା । ଜନଧନ, ଆଧାର ,ମୋବାଇଲ୍ ଯୋଗୁଁ ଏହା ଲୋକଙ୍କ ପାଖକୁ ସିଧାସଳଖ ଗଲା । ଏଥିଯୋଗୁଁ ଏହା ସମ୍ଭବ ହୋଇ ପାରିଲା । ଏହି ଆର୍ଥିକ ପ୍ୟାକେଜ୍ ବ୍ୟବସାୟକୁ ବୃଦ୍ଧି କରିବ । ମେକ୍ ଇନ୍ ଇଣ୍ଡିଆ ସ୍ୱପ୍ନକୁ ସାକାର କରିବ । ଆତ୍ମନିର୍ଭରତା ସାରେ ଦେଶକୁ ବିଶ୍ୱର ଚାହିଦା ପାଇଁ ପ୍ରସ୍ତୁତ କରିବ । ଭାରତ ସବୁଥିରେ ବିଜୟ ଲାଭ କରିବ । ଆର୍ଥିକ ପ୍ୟାକେଜ୍ରେ ଅନେକ ପ୍ରାବଧାନ କରାଯାଇଛି ବୋଲି ମୋଦୀ କହିଛନ୍ତି।
ଏହି ସଙ୍କଟ ଏତେ ବଡ ଅନେକ ଅର୍ଥ ବ୍ୟବସ୍ଥା ମୁଣ୍ଡ ନୁଆଁଇ ଦେଇଛି । ଏଥିରେ ଆମ ଦେଶ ଗରିବ ଓ ନିମ୍ନ ବର୍ଗର ଲୋକ ଆତ୍ମଶକ୍ତି ଓ ଆତ୍ମ ନିର୍ଭରତାର ଦେଖାଇଛନ୍ତି । ସେମାନେ ବହୁ କଷ୍ଟ ସହିଛନ୍ତି। ତାଙ୍କର ଅନୁପସ୍ଥିତିକୁ ସମସ୍ତେ ଅନୁଭବ କରିଛନ୍ତି। ତାଙ୍କର ଆର୍ଥିକ ହିତ ପାଇଁ କିଛି ପଦକ୍ଷେପ ଗ୍ରହଣ କରିବା । ସଙ୍ଗଠିତ ଓ ଅସଂଗଠିତ କ୍ଷେତ୍ରରେ କିଛି ଆର୍ଥିକ ପ୍ୟାକେଜ୍ ର ଘୋଷଣା କରାଯିବ ।
ସଙ୍କଟ ସମୟରେ ସ୍ଥାନୀୟ ଉଦ୍ୟୋଗ ଓ ସ୍ଥାନୀୟ ଜିନିଷ ହିଁ ଆମକୁ ବଞ୍ଚାଇଛି । ସମୟ ଆମକୁ ଶିଖାଇଛି ସ୍ଥାନୀୟ ଜିନିଷକୁ ଆମର ଜୀବନ ମନ୍ତ୍ର କରିବାକୁ ହେବ।
ଏହି ସଙ୍କଟ ସମୟରେ ଆମକୁ ବଞ୍ଚିବାକୁ ପଡିବ, ଆଗକୁ ବଢିବା ପାଇଁ ପଡିବ । ଆମର ସଙ୍କଳ୍ପକୁ ଆହୁରି ମଜବୁତ୍ କରିବା । ଆମର ସଙ୍କଳ୍ପ ଏହି ସଙ୍କଟଠାରୁ ବି ବଡ । ଏକ ବିଂଶ ଶତାଦ୍ଦୀ ଭାରତର ବୋଲି ଆମେ ଶୁଣି ଆସିଛୁ । କରୋନା ସଙ୍କଟ ପରେ ବି ଦୁନିଆଁରେ ଯେଉଁସ୍ଥିତି ବନୁଛି ଆମେ ଦେଖୁଛୁ । ଏକ ଶତାଦ୍ଦୀ ଭାରତର ଏହା ଆମସ ସମସ୍ତଙ୍କର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଆତ୍ମ ନିର୍ଭର ଭାରତ । ଶାସ୍ତ୍ରରେ କୁହାଯାଇଛି ଏହି ରାସ୍ତା ଆତ୍ମ ନିର୍ଭର ହେବାର । ଗୋଟିଏ ରାଷ୍ଟ୍ରଭାବେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡରେ ଛିଡା ହୋଇଛେ । ଏତେ ବଡ ସଙ୍କଟ ଭାରତ ପାଇଁ ଏକ ସନ୍ଦେଶ ନେଇ ଆସିଛି । ଏକ ଅବସର ନେଇ ଆସିଛି ବୋଲି ମୋଦୀ ସୂଚନା ଦେଇଛନ୍ତି।
ଭାରତରେ କରୋନା ସଙ୍କଟ ବେଳେ ପିପିଇ ନଥିଲା । ଏନ୍ ୯୫ ମାସ୍କ ଅଳ୍ପ ଥିଲା । ଏବେ ଭାରତରେ ପ୍ରତିଦିନ ୨ ଲକ୍ଷ ପିପିଇ ଓ ୨ ଲକ୍ଷ ଏନ୍ ୯୫ ମାସ୍କ ତିଆରି କରାଯାଉଛି । ଆମେ ଏଥିଯୋଗୁଁ କରିପାରୁଛୁ ଆମେ ସଙ୍କଟରୁ ଅବସରରେ ପରିବର୍ତ୍ତନ କରିଛୁ । ଆତ୍ମନିର୍ଭର ଭାରତ ପାଇଁ ଏହା ପ୍ରଭାବି । ଆଜି ବିଶ୍ୱରେ ଆତ୍ମ ନିର୍ଭର ଶଦ୍ଦ ପରିବର୍ତ୍ତନ ହୋଇଛି । ଭାରତର ପ୍ରଗତିରେ ସବୁବେଳେ ବିଶ୍ୱର ପ୍ରଗତି ରହିଛି । ଭାରତର ଲକ୍ଷ୍ୟର ପ୍ରଭାବ କାର୍ଯ୍ୟର ପ୍ରଭାବ ବିଶ୍ୱ କଲ୍ୟାଣ ଉପରେ ପଡିଥାଏ ବୋଲି ମୋଦୀ କହିଛନ୍ତି।
ଭାରତରେ ଅନ୍ତର୍ଜାତୀୟ ଯୋଗ ଦିବସ ସାରା ବିଶ୍ୱକୁ ଚାପରୁ ମୁକ୍ତି ଦେବାକୁ ଉଦିଷ୍ଟ , ଜୀବନ ଓ ମୃତ୍ୟୁ ଲଢୁଥିବା ବିଶ୍ୱରେ ଏବେ ଭାରତର ଔଷଧ ଏବେ ନୂଆ ଆଶାର ସଞ୍ଚାର ଦେଇଛି । ସମସ୍ତ ଭାରତୀୟଙ୍କ ପାଇଁ ଏହା ଗୌରବର ବିଷୟ । ସାରା ଦୁନିଆଁକୁ ଏବେ ଲାଗିଛି ଭାରତ ବିଶ୍ୱ ପାଇଁ ଭଲ କରିବ । ଏବେ ୧୩୦ କୋଟି ଭାରତୀୟ ଆତ୍ମ ନିର୍ଭର ହେବେ । ଆମର ଶହ ଶହ ବର୍ଷର ଗୌରବମୟ ଇତିହାସ ରହିଛି । ସୁନାର ଚଢେଇ ଥିବା ଭାରତ କୁହାଯାଉଥିଲା । ପରେ ସ୍ଥିତି ପରିବର୍ତ୍ତନ ହୋଇଥିଲା ବିକାଶ ପାଇଁ ଛଟପଟ ହେଉଥିଲୁ । ଏବେ ଭାରତ ପ୍ରଗତି ରାସ୍ତାରେ ଆଗକୁ ବଢୁଛି । ବିଶ୍ୱ କଲ୍ୟାଣ ପାଇଁ ବଢୁଛି ବୋଲି ସେ କହିଛନ୍ତି ।










