ତାଳଧ୍ୱଜ ରଥରୁ ଖସିପଡି ସେବାୟତ ଗୁରୁତର,

ପୁରୀ:-ମଙ୍ଗଳବାରରେ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମାପନ ହୋଇଛି। ଠିକ୍‌ ସମୟରେ ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲେ। ମାତ୍ର ରଥଟଣା ଶେଷ ହେବାପରେ ଜଣେ ଦଇତାପତି ସେବାୟତ ରଥର ଖସିପଡି ଗୁରୁତର ହୋଇଥିବା ସୂଚନା ମିଳିଛି । ବାବୁନି ଦାସ ମହାପାତ୍ର, ତାଳଧ୍ଵଜ ରଥରେ ବସିଥିଲେ । ଗୁଣ୍ଡିଚା ମନ୍ଦିରରେ ରଥ ପହଞ୍ଚିବା ପରେ ରଥ ଉପରୁ ଖସି ପଡ଼ିଥିଲେ । ପ୍ରଥମେ ପୁରୀ ମେଡିକାଲ୍ ରେ ଚିକିତ୍ସିତ ହେବା ପରେ କଟକ କୁ ସ୍ଥାନାନ୍ତର କରାଯାଇଛି ।

ପୂର୍ବବର୍ଷରେ ଏ ରଥଯାତ୍ରା ସମୟରେ ଖୁନ୍ଦାଖୁନ୍ଦି ହୋଇ ଲକ୍ଷ ଲକ୍ଷ ଭକ୍ତ ଉପସ୍ଥିତ ଥାଆନ୍ତି। କିନ୍ତୁ ଏ ବର୍ଷ ପୂରା ୩ କିଲୋମିଟର ବଡ଼ଦାଣ୍ଡ ଖାଲିଖାଲି ଥିଲା। ରଥ ଗଡୁଥିଲା. ଡାହୁକ ଡାକୁଥିଲେ, କିନ୍ତୁ ରଥଟାଣିଥିଲେ ସୀମିତ ସଂଖ୍ୟକ ସେବାୟତ। ବଡ଼ଦାଣ୍ଡକୁ କାଳେ ଭକ୍ତମାନେ ଆସିଯିବେ ଏଥିପାଇଁ ପୂରୀ ଚାରିପଟେ ଚେକ୍‌ପୋଷ୍ଟ କରାଯାଇଥିଲା । ପୁରୀରେ କର୍ଫ୍ୟୁ ଜାରି କରାଯାଇଥିଲା। ଏପରିକି କେହି ଘରୁ ବାହାରି ପାରିବେ ନାହିଁ ସେଥିପାଇଁ ପୋଲିସ ଗଳି ଗଳିରେ ପଇଁତରା ମାରିଥିଲେ। ହୋଟେଲଗୁଡ଼ିକରୁ ମଧ୍ୟ କେହି ନ ବାହାରିବା ଲାଗି ଦିଆଯାଇଥିଲା କଡ଼ା ନିର୍ଦ୍ଦେଶ।

ଯେଉଁମାନେ ରଥଟାଣିବେ ସେମାନଙ୍କର ପୂର୍ବରୁ କୋଭିଡ ପରୀକ୍ଷା କରାଯାଇଥିଲା। ଯେଉଁମାନେ ନେଗେଟିଭ୍ ଆସିଥିଲେ ସେଇମାନେ ହିଁ ରଥ ଟାଣିଥିଲେ । ସେହିପରି ନୀତିକାନ୍ତି ପହଣ୍ଡିରେ ଯେଉଁମାନେ ସାମିଲ ହୋଇଥିଲେ ସେମାନଙ୍କର ମଧ୍ୟ କୋଭିଡ୍ ପରୀକ୍ଷା କରାଯାଇଥିଲା। କୋଭିଡ ନିୟମକୁ ଦେଖି ସମସ୍ତେ ମାସ୍କ ପିନ୍ଧିଥିଲେ । ଏପରିକି ନିଜେ ଗଜପତି ବି ମାସ୍କ ପିନ୍ଧି ଆସିଥିଲେ। ରଥଟାଣିବା ବେଳେ ସାମାଜିକ ଦୂରତା ପାଳନ କରାଯାଇଥିଲା।

Leave a Reply

Your email address will not be published. Required fields are marked *