ମେକ୍ସିକୋରେ ବଡ ଧରଣର ଭୂମିକମ୍ପ: ଆସିପାରେ ସୁନାମି,
ମେକ୍ସିକୋ:-ମେକ୍ସିକୋରେ ଏକ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି .। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୭.୪ । ଏହାକୁ ନେଇ ପ୍ରଶାନ୍ତ ମହାସାଗରୀୟ ଅ଼ଞ୍ଚଳରେ ସୁନାମି ପାଇଁ ଆଲର୍ଟ ଜାରି କରାଯାଇଛି ।
ୟୁନାଇଟେଡ୍ ଷ୍ଟେଟସ୍ ଜିଓଲୋଜିକାଲ ସର୍ଭେ କହିଛି ଯେ, ଏହି ଭୂମିକମ୍ପର ତୀବ୍ରତା ରହିଛି ୭.୪ । ସ୍ଥାନୀୟ ସମୟାନୁସାରେ ଏହା ଦିନ ୧୧ଟା ୨୯ରେ ଅନୁଭୂତ ହୋଇଛି । ମେକ୍ସିକୋର ୭ ମାଇଲ୍ ଦୂରରେ ଥିବା ସାଣ୍ଟା ମାରିଆ ଜାପୋଟିଲାନ ହେଉଛି ଏହାର କେନ୍ଦ୍ରସ୍ଥଳୀ ।
ଏହାର କେନ୍ଦ୍ର ମାଟିରୁ ୨୬.୩ ମଧ୍ୟରେ ରହିଥିଲା । ଏହାର ମାତ୍ରା ଏତେ ଅଧିକ ଥିଲା ଯେ ଲୋକମାନେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ । ମେକ୍ସିକୋ ସିଟିରେ ମଧ୍ୟ ଲୋକମାନେ ଏହାକୁ ଅନୁଭୂବ କରିଥିଲେ । ବଡ ବଡ କୋଠା ଥରି ଉଠିଥିଲା ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପ୍ରାୟ ୧ ମିନିଟ୍ ଧରି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ତେବେ କ୍ଷୟକ୍ଷତି ବାବଦରେ କିଛି ସୂଚନା ମିଳିପାରି ନାହିଁ । ଭୂମିକମ୍ପ ପରେ ମେକ୍ସିକୋର ହାଣ୍ଡୋରସ, ଅଲ୍ ସ୍ଲୋବାଡର ଓ ଗୁଅଟମାଲରେ ସୁନାମି ଆଲର୍ଟ ଜାରି ହୋଇଛି ।