ମାନବିକତା ଦେଖେଇଲେ ରାଣୀ ପଣ୍ଡା –ସାହାଯ୍ୟ କଲେ ଓଡ଼ିଆ କଳାକାର ଦୀପାଙ୍କୁ

ଭୁବନେଶ୍ବର:-ରାଣୀ ପଣ୍ଡାଙ୍କ ନାଁକୁ ନେଇ ସବୁବେଳେ ଚର୍ଚ୍ଚା।  କେତେବେଳେ ବିବାଦରେ ତ କେତେବେଳେ ଭଲ କାମରେ । କିନ୍ତୁ ସବୁଥିରେ ସେ ନିର୍ବିକାର , ପର୍ବତ ପରି ସ୍ଥିର ଓ ଦୃଢ଼ । ଗାଳି ହେଉକି ତାଳି, ସେ କାହାକୁ ଖାତିର କରନ୍ତି ନାହିଁ । ଯେମିତି ସ୍ପଷ୍ଟବାଦୀ , ସେମିତି ସ୍ନେହୀ ଦରଦୀ। ସବୁ ପରିସ୍ଥିତିରେ ସେ ନିଜକୁ କରିଛନ୍ତି ସଫଳ । କାହାର କଥାକୁ ଭୃକ୍ଷେପ ନକରି ନିଜ ରାସ୍ତାର ସେ ସାଜିଛନ୍ତି ଅପରାଜିତା ।

ହଁ ଆମେ କହୁଛୁ ଯାତ୍ରାଜଗତର ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କଥା । କରୋନା ବେଳେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା କରିଥିଲେସେ । ଏବେ ପୁଣି ସେ ଦେଖେଇଛନ୍ତି ନିଜର ମଣିଷ ପଣିଆ । ଓଡ଼ିଶାର କଳାକାରଙ୍କ ଦୁଃଖ ସମୟରେ ତାଙ୍କ ପାଖରେ ଠିଆ ହୋଇ ସାଜିଛନ୍ତି ଉଦାହରଣ ।

କିଛି ହେଲା ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଓଡ଼ିଆ ଫିଲ୍ମ ଜଗତର ଲୋକପ୍ରିୟ ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭେଟିଛନ୍ତି ରାଣୀ । ଆଉ ତାଙ୍କର ଆରୋଗ୍ୟ କାମନା କରି ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି । ଏହାସହ ଓଡ଼ିଆ ଆଲବମ୍‌ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରି ଓଡ଼ିଆ ଚଳଚିତ୍ର ଜଗତରେ ପ୍ରବେଶ କରିଥିବା ଦୀପା ସାହୁଙ୍କୁ ମଧ୍ୟ ଆର୍ଥିକ ସାହାଯ୍ୟ ଦେଇଛନ୍ତି ଏହି ଯାତ୍ରା ଅଭିନେତ୍ରୀ ।ଦୀପା ଏବେ କର୍କଟ ରୋଗରେ ଚିକିତ୍ସାଧୀନ ଅଛନ୍ତି। ଏହି ସମୟରେ ରାଣୀ ଏହି କଳାକାରଙ୍କୁ ସାହାଯ୍ୟର ହାତ ବଢାଇ ନିଜର ମାନବିକତା ଦେଖେଇଛନ୍ତି । ରାଣୀ କହିଛନ୍ତି, ଓଡ଼ିଆ  ସେ ଜମେ ମଣିଷ ଭାବେ ନିଜର କର୍ତ୍ତବ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *