ପୁରୀରେ ଗିରଫ ବ୍ୟକ୍ତି କରୋନା ପଜେଟିଭ୍‌, ଥାନା ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀ କ୍ୱାରେଣ୍ଟାଇନ୍‌ରେ

ଭୁବନେଶ୍ୱର – ପୁରୀ କୁମ୍ଭାରପଡା ଥାନା ପକ୍ଷରୁ ଗିରଫ କରାଯାଇଥିବା ଜଣେ ଆସାମୀଙ୍କ କରୋନା ପଜେଟିଭ୍‌ ବୋଲି ଜଣା ପଡିଛି । ଏହାପରେ କୁମ୍ଭାରପଡା ଥାନାର ଆଇଆଇସିଙ୍କ ସମେତ ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଏହା ସହ ଥାନା ପରିସରକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍‌ କରାଯାଇଛି ।

ମେ୧୫ ତାରିଖରେ ଏହି ଆସାମୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏକ ଚେନ୍‌ ଲୁଟ୍‌ ମାମଲାରେ ଏହାକୁ ଗିରଫ କରାଯାଇଥିଲା । ଶୁକ୍ରବାରରେ ଅଭିଯୁକ୍ତକୁ ଜେଲ୍‌ ପଠାଯାଇଥିଲା । ତା ନିକଟରେ କରୋନା ଲକ୍ଷଣ ପ୍ରକାଶ ପାଇବାକୁ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ।

ଏହି ଅପରାଧୀ ଏବେ କରୋନା ପଜେଟିଭ୍‌ ଥିବା ଜଣା ପଡିଛି । ଏହାପରେ ଥାନା ଅଧିକାରୀଙ୍କ ସମେତ ୩୦ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ପଠାଯାଇଛି ।

Leave a Reply

Your email address will not be published. Required fields are marked *