କଲ୍ ସେଣ୍ଟରରେ କାମ କରି ଘର ଚଳାଉଥିଲେ ଏହି ଅଭିନେତ୍ରୀ..
ନୂଆଦିଲ୍ଲୀ:-ବଲିଉଡ୍ ଅଭିନେତ୍ରୀ ଜରୀନ୍ ଖାନ୍ଙ୍କର ବଲଉଡ୍ରେ କୌଣସି ପୁରୁଣା ସଂପର୍କ ନଥିଲା , କିନ୍ତୁ ଏହା ସତ୍ତ୍ୱେ ବି ସେ ‘ବୀର’ ଫିଲ୍ମରୁ ଡେବ୍ୟୁ କରିଥିଲେ ଏବଂ ଇଣ୍ଡଷ୍ଟ୍ରୀରେ ନିଜର ଅକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି।
ଯେତେବେଳେ ସେ ‘ରେଡି’ ଫିଲ୍ମର ଗୀତ ‘କରେକ୍ଟର ଢ଼ିଲା’ରେ ନଜର ଆସିଥିଲେ , ପ୍ରଶଂସକମାନେ ତାଙ୍କୁ ବହୁତ ପସନ୍ଦ କରିଥିଲେ । ଜରୀନ୍ଙ୍କୁ ଏହି ଇଣ୍ଡଷ୍ଟ୍ରୀରେ ଏବେ ପାଖାପାଖି ୧୦ ବର୍ଷ ହୋଇଗଲାଣି ଏବଂ ସେ ନିଜର ସୁନ୍ଦର ପରଫରମାନ୍ସ ରେ ସବୁବେଳେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି ।
ଯଦିଓ ଜରୀନ୍ ଇଣ୍ଡଷ୍ଟ୍ରୀରେ ନିଜର ଏକ ପରିଚୟ ତିଆରି କରିଛନ୍ତି , ହେଲେ ତାଙ୍କ ପାଇଁ ଏହି ଯାତ୍ର ସେତେ ସହଜ ନଥିଲା । ନିକଟରେ ଏକ ସାକ୍ଷାତ୍କାରରେ ସେ ନିଜର ବ୍ୟକ୍ତିଗତ କଥା ବିଷୟରେ ଖୋଲି କହିଥିଲେ । ତାଙ୍କର ପିତା ତାଙ୍କ ପରିବାରକୁ ଛାଡ଼ି ଚାଲିଗଲା ପରେ ତାଙ୍କୁ ନିଜର ମା’ ଓ ଭଉଣୀଙ୍କର ଦାୟିତ୍ୱ ନେବାକୁ ପଡ଼ିଥିଲା । ହିନ୍ଦୁସ୍ତାନ ଟାଇମ୍ସକୁ ଦିଆଯାଇଥିବା ଏହି ସାକ୍ଷାତକାରରେ ସେ କହିଛନ୍ତି , “ଗୋଟିଏ ସନ୍ଧ୍ୟାରେ ଆମ ଜୀବନ ପୁରାପୁରି ନୂଆ ମୋଡ୍ ନେଇଥିଲା । ଆମର ପିତା ଆମକୁ ଛାଡ଼ି ଚାଲିଯାଇଥିଲେ । ଆମ ପାଖରେ କିଛି ବି ପଇସା ନଥିଲା । କାରଣ ଆମର ପୂର୍ବରୁ କିଛି ଧନସମ୍ପତ୍ତି ନଥିଲା ।
ମୋର ମନେଅଛି ଥରେ ଆମେ ଏକ ଫ୍ୟାମିଲ୍ ଫଙ୍କସନକୁ ଯାଇଥିଲୁ , ସେଠାରେ ମୋ ମାଆ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ । “
ଜରୀନ୍ କହିଥିଲେ କି , ସେ ସେଦିନ ନିଜ ମାଆଙ୍କୁ ବୁଝାଇଥିଲେ । ଆଉ କହିଥିଲେ ସେ ସବୁ ଜିନିଷ କଥା ବୁଝିବେ । ଘରର ଦାୟିତ୍ୱ ନେବେ । ମୁଁ ତ କହିଦେଲି , ହେଲେ କଣ କଣ କରିବି ଜାଣିପାରୁନଥିଲି ।
ଫିଲ୍ମ ‘ହାଉସ୍ ଫୁଲ୍ -୨’ ରେ ନଜର ଆସିଥିବା ଏହି ଅଭିନେତ୍ରୀ କହିଛନ୍ତି , ୧୨ତମ କ୍ଲାସ୍ ପାସ୍ କରିସାରିବା ପରେ ମୋତେ ପରିବାର ଚଳାଇବାକୁ ଏକ କଲ୍ ସେଣ୍ଟରରେ କାମ କରିବାକୁ ପଡ଼ିଥିଲା । ମୋ ଭଉଣୀ ସେହି ସମୟରେ ପାଠ ପଢ଼ୁଥିଲା । ମୋର ଓଜନ ବହୁତ ଥିଲା ପାଖାପାଖି ୧୦୦କେଜି । ଯାହାକୁ ନେଇ ମୁଁ ଚିନ୍ତୁତ ଥିଲି । ଏହାପରେ ମୁଁ ୫୨ କିଲୋ ଓଜନ କମାଇବାରେ ସଫଳ ହୋଇଥିଲି।