କାଲିଠୁ ଆରମ୍ଭ ହୋଇଯିବ ବର୍ଷା ପବନ, ଦୀଘା ଓ ହାତିଆ ଦ୍ୱୀପରେ ସ୍ଥଳଭାଗ ଛୁଇଁବ

ଭୁବନେଶ୍ୱର: ଅମ୍ଫାନ୍ ପ୍ରଭାବରେ କାଲିଠୁ ରାଜ୍ୟରେ ଆରମ୍ଭ ହେବ ବର୍ଷା ପବନ। କାଲି ଦକ୍ଷିଣ ଓଡ଼ିଶାରେ ୪୫-୫୫ କିମି ବେଗରେ ପବନ ହେବ। ୧୯ ଓ ୨୦ରେ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୨୦ ସକାଳୁ ଉତ୍ତର ଓଡ଼ିଶାରେ ୭୫-୮୫ ବେଗରେ ପବନ ଓ ଅପରାହ୍ନରେ ୧୧୦-୧୨୦ କିମି ବେଗରେ ପବନ ବହିବ। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ।

ସେ କହିଛନ୍ତି ଯେ ଅମ୍ପନ ଉତ୍ତର ଦିଗରେ ଗତି କରି ପାରାଦୀପଠାରୁ ଦକ୍ଷିଣକୁ ୯୬୦ କିଲୋମିଟର, ଦୀଘାଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମକୁ ୧୧୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଅଛି।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନିଭୂତ ହୋଇ ଅତି ଭୟଙ୍କର ରୂପ ନେବ।

ଏହି ସମୟରେ ଏହା ଉତ୍ତର ଦିଗରେ ଗତି କରିବ। ଏହା ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ମୁହାଁଇବ। ୨୦ ଅପରାହ୍ନରେ ଅମ୍ପନ ପଶ୍ଚିମ ବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ଭିତରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପରେ ସ୍ଥଳଭାଗ ଛୁଇଁବ।

ଏହାର ପ୍ରଭାବରେ କାଲିଠୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ୧୯ ତାରିଖ ସକାଳେ ଉତ୍ତର ଓଡିଶାରେ ଧିରେ ଥିରେ ବର୍ଷା ଓ ପବନର ପରିମାଣ ବଢିବ। ୧୯ ଓ ୨୦ରେ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୨୦ ସକାଳୁ ଉତ୍ତର ଓଡ଼ିଶାରେ ୭୫-୮୫ ବେଗରେ ପବନ ଓ ଅପରାହ୍ନରେ ୧୧୦-୧୨୦ କିମି ବେଗରେ ପବନ ବହିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *