ଚାଇନା କମ୍ୟୁନିଷ୍ଟ ପାର୍ଟିକୁ ୟୁରୋପୀୟ ସଂଘ WTOରେ ହରାଇଲା

ବ୍ଲୁମବର୍ଗ –ଚୀନ୍ କମ୍ୟୁନିଷ୍ଟ ପାର୍ଟି ବିଶ୍ୱ ବ୍ୟାପାର ସଙ୍ଗଠନ ( ଡବ୍ଲୁଟିଓ)ରେ ୟୁରୋପୀୟ ସଂଘ (ଇୟୁ)ସହ  ବିବାଦରେ ନିଜର ତଥାକଥିକ ବଜାର ଅର୍ଥବ୍ୟବସ୍ଥା ସ୍ଥିତିକୁ ହରାଇଛି ।  ଯାହାକୁ ଐତିହାସିକ ପରାସ୍ତ ବୋଲି କୁହାଯାଉଛି ।

୪ବର୍ଷ ଧରି ଚାଇନା କମ୍ୟୁନିଷ୍ଟ ପାର୍ଟୀ (ସିସିପି) ୟୁରୋପୀୟ ସଂଘକୁ ଏକ ବଜାର ଅର୍ଥବ୍ୟବସ୍ଥା ରୂପରେ ମାନ୍ୟତା ଦେବା ପାଇଁ ପୁରା ଉଦ୍ୟମ କରିଥିଲା । ଏହା ଏକ ଏମିତି ମାମଲା ଯାହାକୁ ସେ ଗତ ବର୍ଷ  ଏକ ଅନ୍ତିମ ନିର୍ଣ୍ଣୟରେ ହାରିଯାଇଥିଲା ।

ୟୁରୋପୀୟ ସଂଘ ତର୍କ କରିଛି କି  ସିସିପି ନିଜର ଉଦ୍ୟୋଗଗୁଡ଼ିକୁ, ବିଶେଷ ରୂପେ  ଇସ୍ପାତ ଓ ଆଲୁମିନିୟମ ଉଦ୍ୟୋଗକୁ ସବସିଡ୍‌ ଦେଇଛି , ଯିଏକି ଅନ୍ତରାଷ୍ଟ୍ରୀୟ ବଜାରରେ ଏହାର ବିକ୍ରି ଦାମ୍‌କୁ ଅନୁଚିତ କରିଦେଇଛି ।  ନିର୍ଣ୍ଣୟର ପରିଣାମ ସ୍ୱରୂପ , ୟୁରୋପୀୟ  ସଂଘ ଓ ସଂଯୁକ୍ତ ରାଷ୍ଟ୍ର ଆମେରିକା  ନିଜର ଉଦ୍ୟୋଗର ସୁରକ୍ଷା  ପାଇଁ ସିସିପିରେ ବର୍ଷକ ପାଇଁ ଉଚ୍ଚ ‘ଆଣ୍ଟି ଡମ୍ପିଂ’ ତାରିଫ୍‌ ଲାଗୁ କରିବାରେ ସକ୍ଷମ ହୋଇଛନ୍ତି ।

ସିସିପି ଉପରେ ‘ଡମ୍ପିଂ’ ଭାବେ ଏହିପ୍ରଣାଳୀକୁ ଲାଗୁ କରିବାର ଅଭିଯୋଗ ଲଗାଯାଇଥିଲା। ଯାହା ପ୍ରକୃତ ଦାମଠାରୁ କମ୍‌ କରି ପ୍ରଡକ୍ଟକୁ ବିକ୍ରି କରୁଥିଲା ଏବଂ ଏକ୍ସପୋର୍ଟ କରୁଥିବା ଦେଶର ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଥିଲା । ପୁଣି ବଜାରକୁ କବଜା କରି ପ୍ରଡକ୍ଟର ଦାମ୍ ବଢ଼ାଇଦେଉଥିଲା ।

ଆମେରିକାର ବ୍ୟାପର ପ୍ରିତିନିଧି ରବର୍ଟ ଲାଇଟହାଇଜର ଏହି ମାମଲାକୁ ସବୁଠୁ  ‘ଗମ୍ଭୀର ଡବ୍ଲୁଟିଓ’ ବିବାଦ ବୋଲି କହିଛି। ଏମିତିକି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ଡବ୍ଲୁଟିଓକୁ ଚେତାବନୀ ଦେଇଛନ୍ତି କି ସେ ଏହି ସ୍ଥିତି ଉପରେ ଭଲରେ ନଜର ରଖନ୍ତୁ , ଅନ୍ୟଥା ତାଙ୍କ ଦେଶ ସଙ୍ଗଠନରୁ ଓହରି ଯାଇପାରେ ।

Leave a Reply

Your email address will not be published. Required fields are marked *