ଶ୍ମଶାନରେ ଚାଲିଛି ଖୁଲମଖୁଲା ସେକ୍ସ
ଣ୍ଡନ: –ଶ୍ମଶାନରେ ସେକ୍ସ । ଏକଥା ନିଶ୍ଚୟ ଅଡ଼ୁଆ ଲାଗୁଥିବ । ହେଲେ ଏହା ସତ ଘଟଣା । ଲଣ୍ଡନର ବ୍ରାଣ୍ଡଉଡ୍ ସିମେଟେରୀରେ ଥିବା ଏକ ସହର ପାଖ ଶ୍ମଶାନ ସ୍ଥଳରେ ଜଣେ ଦମ୍ପତି ପ୍ରଣୟରେ ମାତିଥିଲେ । ଜୁନ୍ ୧୧ତାରିଖ ସନ୍ଧ୍ୟାରେ କିଙ୍ଗ୍ସହିଥରେ ଏହି ଦମ୍ପତି ସଂପୂର୍ଣ୍ଣ ଉଲଗ୍ନ ହୋଇ ସେକ୍ସ କରୁଥିଲେ । ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ସେମାନଙ୍କୁ ଏପରି ଅବସ୍ଥାରେ ଦେଖିଥିଲେ , ଆଉ ପୁଲିସ୍କୁ ଜଣାଇଥିଲେ । ସୂଚନା ଯେ , କରୋନା ଭାଇରସ୍ ଲକ୍ ଡାଉନ୍ ଯୋଗୁଁ ଇନଡୋର ମିଟିଂ ଠାରୁ ଏକାଠି ନବୁଲିବାକୁ ସରକାର ରୋକ୍ ଲଗାଇଥିବା ବେଳେ ଏହି ପ୍ରେମୀ ଯୂଗଳ ଖୁଲମଖୁଲା ନିୟମ ଉଲ୍ଲଙ୍ଘନ କରି ସର୍ବସାଧାଣ ସ୍ଥାନରେ ଶାରୀରିକ ସଂପର୍କ ରଖୁଥିଲେ । କୁହାଯାଉଛି କି ଏମାନେ ସ୍ୱାମୀସ୍ତ୍ରୀ ନୁହଁନ୍ତି। ଏହି ଦୁଇ ପୁରୁଷ ଓ ମହିଳା ଅନୈତିକ ସଂପର୍କ ରଖିବାକୁ ଏହି ସ୍ଥାନ ବାଛିନେଇଛନ୍ତି ।ଜଣେ ବ୍ୟକ୍ତି କହିଛନ୍ତି , ମୁଁ ସେହି ବ୍ରାଣ୍ଡଉଡ୍ ଶ୍ମଶାନ ପାଖରେ ଥିବା ପାର୍କକୁ ନିଜ ପିଲାକୁ ନେଇ ବୁଲିବାକୁ ଯାଇଥିଲି । ସେଠାରେ ଏହି ଯୋଡ଼ି ସେକ୍ସ କରୁଥିବାର ନଜର ଆସିଥିଲା । ସେମାନେ ଲୋକଙ୍କୁ ଦେଖିଲା ପରେ ବି ସେହି କାମରୁ ନିବୃତ୍ତ ହେଉଥିଲେ । ଓଲଟି ଆମକୁ ଗାଳି କରୁଥିଲେ । ଏହାପରେ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲୁ । ପୁଲିସ୍ ସେହି ସ୍ଥାନରେ ପହଞ୍ଚିବା ପୂର୍ବରୁ ସେହି ଦମ୍ପତି ସେଠାରୁ ପଳାଇଥିଲେ ।










