20 ତାରିଖ ଅପରାହ୍ନରେ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବାତ୍ୟା “ଅମ୍ଫନ” – ଏସଆରସି
ଭୁବନେଶ୍ୱର:-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ବାୟୁକୁ ମୁକାବିଲା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ଆଜି ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରିଲିଫ କମିଶନର । ବାତ୍ୟାର ଅଫିସିଆଲ ନାମ ଉଚ୍ଚାରଣ ” ଉମ୍ଫୁନ ” ବୋଲି ସେ ଜଣାଇଛନ୍ତି । ସାଇକ୍ଲୋନିକ୍ ଷ୍ଟର୍ମ ଏବେ ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହୋଇ ସାରିଛି ।
ଦକ୍ଷିଣ ପାରାଦ୍ବୀପ ଠାରୁ ୯୮୦ କିମି ଦୁରରେ ବର୍ତ୍ତମାନ ଏହା ରହିଛି । ଏବେ ପବନର ବେଗ ଘଣ୍ଟା ପ୍ରତି ବେଗ ୯୦ରୁ ୧୦୦ କିମି ରହିଛି । ଆଜି ସଂଧ୍ୟାରେ ରିକର୍ଭିଂ ଶେଷ ହେବ । ପରେ ଏହା ଉତ୍ତର ପୂର୍ବ ଦିଗକୁ ଗତି କରିବ ବୋଲି ଏବେ ସୁଦ୍ଧା ମଡେଲ କହୁଛି । ପଶ୍ଚିମବଙ୍ଗର ସାଗର ଦ୍ବୀପ ଓ ବଙ୍ଗଳାର ହାତିଆ ଦ୍ବୀପ ମଧ୍ୟରେ 20 ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁବ । ତେବେ ଆଜି ଏହା ରିକର୍ଭିଂ ପରେ ଜଣା ପଡିବ ଯେ ଏହାର ଗତି, ଦିଗ, ବେଗ ।
ସିଏମ ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ସହ ସମୀକ୍ଷା କରିଛନ୍ତି, ଗତକାଲି ନିଆ ଯାଇଥିବା ପଦକ୍ଷେପ ଆଜି ବି ସେଇ ସମାନ ରହିଛି । ୧୨ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ନିର୍ଦ୍ଦେଶ ଗଲେ ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଜିଲ୍ଲାପାଳ । ଆଇଏମଡି ଡିଜିଙ୍କ ସହ କଥା ହେଉଛୁ । ODRAF ପହଁଞ୍ଚି ସାରିଛନ୍ତି, ଅତିରିକ୍ତ ଟିମ୍ ପହଞ୍ଚିବ । ଏବେ ସୁଦ୍ଧା ପ୍ରାୟ ୭୦୯୨ ବାତ୍ୟା ଆଶ୍ରୟ ସ୍ଥଳ ଚିହ୍ନଟ ହୋଇଛି ।
ବର୍ଷା କଥା ଯଦି ଆମେ କହିବା ତେବେ ୧୮ ତାରିଖ ମଧ୍ୟାହ୍ନରୁ ଦକ୍ଷିଣ ଓଡିଶାରେ ବର୍ଷା ଆରମ୍ଭ ହେବ, ସେହି ସଂଧ୍ୟାରୁ ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇପାରେ । ୧୯ରୁ ଦକ୍ଷିଣ ଓଡିଶାରେ ୪୫ରୁ ୫୫, ୨୦ରେ ଉପକୂଳରେ ୭୫ରୁ ୮୫ କିମି ବେଗ ପବନ ହୋଇପାରେ ।










