ମଣିଷ ପାଲଟିଲା ପଶୁ,କୁକୁରକୁ ବୃଦ୍ଧ କଲେ ବଳାତ୍କାର
ଭୁବନେଶ୍ବର: –ମଣିଷ ପାଲଟିଲା ପଶୁ। କୁକୁରକୁ କଲା ବଳାତ୍କାର। ଏଭଳି ଏକ ଘଟଣା ଇନଫୋସିଟି ଥାନା ଅଞ୍ଚଳରେ ଘଟିଛି। କଲୋନି ଭିତରେ କୁକୁରକୁ ଏକଲା ପାଇ ଦୁଷ୍କର୍ମ କରିଛନ୍ତି । ତେବେ ଘଟଣାରେ ସମ୍ପୃକ୍ତ ଥିବା ସିକ୍ୟୁରିଟିଗାର୍ଡଙ୍କୁ ପୋଲିସ ଗିରଫ କରିଛି ।
ଏହି ଘଟଣା ଘଟିଛି ଭୁବନେଶ୍ବର ଇନଫୋସିଟି ଥାନା ଅଞ୍ଚଳରେ । ‘‘ଏମ୍ଏମ୍ ରୟାଲ ଟାୱାର’’ ନାମକ ଏକ ଆପାର୍ଟମେଣ୍ଟରେ ଏପରି କାଣ୍ଡ ରଚିଛନ୍ତି ଜଣେ ୬୫ ବର୍ଷିୟ ସିକ୍ୟୁରିଟିଗାର୍ଡ । କୋଲୋନିର କିଛି ଯୁବକ ଏପରି ଦେଖିବା ପରେ ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ରଙ୍କୁ ଖବର ଦେଇଥିଲେ । ଏନେଇ ଥାନାରେ ରିପୋର୍ଟ ପରେ ସମ୍ପୃକ୍ତ ସିକ୍ୟୁରିଟିଗାର୍ଡଙ୍କୁ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ଏହାସହ ପୋଲିସ କୁକୁରକୁ ଡାକ୍ତରୀ ମାଇନା କରିବା ପାଇଁ ମେଡିକାଲ ପଠେଇଛି।
ତେବେ ଆପିସିର ଧାରା ୩୭୭ରେ ଗିରଫ ପାଇଁ ଦାବି କରିଛନ୍ତି ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ର ସଦସ୍ୟ ମାନେ। କେବଳ ରାଜଧାନୀରେ ଏହା ନୂଆ ଘଟଣା ନୁହେଁ। ପୂର୍ବରୁ ଇନଫୋସିଟି ଥାନା ନିକଟରେ ଜଣେ ଡ୍ରାଇଭର 4 ଟି କୁକୁର ଛୁଆଙ୍କୁ ଗାଡି ଚଦେଇ ମାରିଥିଲେ। ସେଇପରି ଖାରବେଳ ନଗର ଥାନା ଅଞ୍ଚଳରେ ଗୃହ ବିଭଗରେ ଥିବା ଜଣେ ଅଫିସରଙ୍କ ପୁଅ ଏକ ବିଲେଇକୁ ଗୁଳି କରି ହତ୍ୟା କରିଥିଲେ। ସେହିପରି ଚନ୍ଦ୍ରଶେଖର ପୁର ଏବଂ ପୁରୁଣା ଭୁବନେଶ୍ୱରରେ ଦୁଇଟି ଗର୍ଭବତୀ କୁକୁରଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଆନିମଲ ଆକ୍ଟ ଆଇନରେ କୋହଳ ଥିବାରୁ ସେମାନେ ସହଜରେ ଜାମିନ ପାଇ ଖସି ଯାଉଛନ୍ତି।










