ସହିଦଙ୍କ ପାଇଁ ନିରବ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ,

ନୂଆଦିଲ୍ଲୀ –ଚୀନ ସୀମାରେ ଦେଶ ପାଇଁ ବଳିଦାନ ଦେଇଥିବା ବୀର ଯବାନଙ୍କ ଅମର ଆତ୍ମା ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରିଛନ୍ତି ମୋଦି । ଏଥିସହ ୧୫ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଆସନରୁ ଛିଡା ହୋଇ ନିରବ ପ୍ରାର୍ଥନା କରିଥିଲେ ।ଚୀନ ସହ ବଢିଚାଲିଥିବା ବିବାଦ ପ୍ରସଙ୍ଗରେ ଏକ କଡ଼ା ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ ଭାରତ ସବୁବେଳେ ଶାନ୍ତି ଚାହେଁ । କିନ୍ତୁ ଭାରତକୁ ଉସୁକାଇଲେ ତାହାର ଏକ ଦୃଢ ଜବାବ ଦେବାକୁ ଭାରତ ସକ୍ଷମ । ତେବେ ଆଜି କରୋନା ମୁକାବିଲା ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଆରମ୍ଭରେ ସେ ସହିଦ ଯବାନଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।ନିଜର ବକ୍ତବ୍ୟ ରଖି ମୋଦୀ କହିଛନ୍ତି ଯେ ଯେକୌଣସି ପରିସ୍ଥିତିରେ ଭାରତ ଶତ୍ରୁକୁ ମୁହଁତୋଡ଼ ଜବାବ ଦେବାକୁ ସକ୍ଷମ । ଏ ନେଇ କାହାର ସନ୍ଦେହ ରହିବା ଉଚିତ ନୁହେଁ । ଦେଶବାସୀଙ୍କୁ ଆଶ୍ୱାସନା ଦେଇ ସେ କହିଛନ୍ତି ଯେ ଆମର ବୀର ଯବାନମାନେ ଶତ୍ରୁକୁ ମାରି ମାରି ମରିଗଲେ । କିନ୍ତୁ ସେମାନଙ୍କ ବଳିଦାନ ବେକାର ଯିବ ନାହିଁ । ତାହାର ଦୃଢ ଜବାବ ଦିଆଯିବ । ଶାନ୍ତି ଓ ସଦ୍ଭାବ ଭାରତର ଲକ୍ଷ୍ୟ, କିନ୍ତୁ ବୀରତ୍ୱ ଓ ବିକ୍ରମ ମଧ୍ୟ ଆମ ପରମ୍ପରା ରହିଆସିଛି । ଭାରତକୁ ଉସୁକାଇଲେ, ଏକ ଦୃଢ ଜବାବ ଦେବାକୁ ସକ୍ଷମ ।

Leave a Reply

Your email address will not be published. Required fields are marked *