ସମୁଦ୍ରରେ ଡ୍ରାଗନକୁ ଘେରିବାକୁ ପ୍ରସ୍ତୁତି ଭାରତ, କୋପରୁ ବର୍ତ୍ତିବାକୁ ଜାଣନ୍ତୁ କାହାକୁ ଗୁହାରି କଲେ ଜିନ୍‌ପିଙ୍ଗ୍

ନୂଆଦିଲ୍ଲୀ:=ଚୀନ୍‌ ଜୁନ ୧୫ ରାତିରେ ଭାରତୀୟ ସେନାଙ୍କ ମୁକାବିଲା କରି ନିଜ ଜାଲରେ ଏବେ ଫଶିଛନ୍ତି ଡ୍ରାଗନ। ପାହାଡ ସମେତ ସମୁଦ୍ରରେ ଚୀନ୍‌କୁ ଘେରିବାକୁ ଭାରତୀୟ ସେନା ସୈନ୍ୟ ପ୍ରସ୍ତୁତି ଏବେ ଜୋରଦାର କରିଥିବା ବେଳେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ବିପଦକୁ ଆକଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବୁଝେଇବା ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୂତିନଙ୍କ ସହାୟତା କାମନା କରିଛନ୍ତି। ଭାରତ ସହ ଯୁଦ୍ଧଭଳି ପରିସ୍ଥିତି ଉପୁଜିଲେ ହୁକ୍କା ପାଣି ବନ୍ଦ ଚୀନ୍ ରାଷ୍ଟ୍ରପତିଙ୍କୁ ଆଭାସ ମିଳିସାରିଲାଣି। ତେଣେ ଚୀନ ସହ ଦୀର୍ଘ ସୀମାରେ ସୁରକ୍ଷା କଡାକଡି କରିସାରିଲାଣି ଭାରତ। ଚୀନର ୬୦ ପ୍ରତିଶତ ବାଣିଜ୍ୟିକ କାରବାର ଭାରତୀୟ ସଂଘ ଦ୍ୱାରା ହୋଇଥାଏ। ଏଣୁ ଯୁଦ୍ଧ ହେଉ କି ନ ହେଉ ନୌସେନା ସମୁଦ୍ର ପଥ ଜଗିବା ପରେ ବନ୍ଦରରୁ ବାହାରିପାରୁନାହାନ୍ତି ଚୀନ ପଣ୍ୟବାହୀ ଜାହାଜ। ତେଣେ ସିଡିଏସ୍ ବିପୀନ ରାୱତ୍ ୩ ସେନା ଛୁଟି ବାତିଲ କରିବା ସହ ସୀମାରେ ସୈନ୍ୟ ଠୁଳ କରିବା ଚୀନର ବୁଦ୍ଧି ହଜେଇ ଦେଇଛି।କରୋନା ଭାଇରସ ମହାମାରୀ ସାରା ବିଶ୍ୱକୁ କବଳିତ କରିଛି। ଜାଣିସୁଣି ଚୀନ୍ ଏ ସମ୍ପର୍କରେ  ଆଗୁଆ ଅବଗତ କରାଇ ନଥିବା ଅଧିକାଂଶ ବିଶ୍ୱକୁ ବିଶ୍ୱାସ ହୋଇସାରିଲାଣି। ଏଥିରେ ଚୀନ ବିଶ୍ୱବାଣିଜ୍ୟକୁ ନିଜ ନିୟନ୍ତ୍ରଣକୁ ନେଇ ମୁଠା ଟାଣ କରିବାକୁ ଯୋଜନା କରୁଥିବା ବେଳେ ଭାରତ ଅକ୍ସାଇଚୀନ ସମେତ ସମସ୍ତ ପୂର୍ବ ବିବାଦ ସମାଧାନ ଲାଗି ଅଣ୍ଟା ଶଳଖିଛି। ଏଥିରୁ ଚୀନ ରାଜନୈତିକ, ଆର୍ଥିକ, ଓ ସାମାଜିକ ସ୍ତରରୁ ବଡ ଧରଣର ଆହ୍ୱାନର ସମ୍ମୁଖୀନ ହେବାକୁ ଯାଉଥିବା ଜଣାପଡିବା ପରେ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରସଙ୍ଗରେ ଋଷିଆ ରାଷ୍ଟ୍ରପତିଙ୍କ ସହ ସମ୍ପର୍କ ସ୍ଥାପନା କରିଛନ୍ତି। ଚୀନ ସହ ଆମେରିକାର ସମସ୍ତ ସମ୍ପର୍କ ତିକ୍ତ ହୋଇଥିବା ବେଳେ ପ୍ରସଙ୍ଗରେ ବିଶ୍ୱର ଅନ୍ୟ କୌଣସି ଦେଶରୁ କୂଟନୈତିକ ସମର୍ଥନର ଆଶା କରାଯାଉ ନାହିଁ। ଏଥିରେ ଭାରତକୁ ଅନାୟସରେ ପଡୋଶୀ ସମେତ ଦରିଆ ପାରି ସମର୍ଥନର ସମ୍ଭାବନା ମଜଭୁତ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *