କାନାଡାରୁ ‘ରଜ’ର ଶୁଭେଚ୍ଛା ଜଣାଇଲେ ଓଡ଼ିଆ ଡାକ୍ତର

କାନାଡା:=କରୋନା ଆତଙ୍କରେ ପୁରା ବିଶ୍ବ ଆତଙ୍କିତ। ହେଲେ କରୋନା ଛାଟରେ ଓଡ଼ିଶାର ଗଣପର୍ବ ରଜ ଫିକା ପଡି ଯାଇଛି। କିନ୍ତୁ କାନାଡାରେ ରହି ରଜ ଉପଲକ୍ଷେ ସମଗ୍ର ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଆ ଡକ୍ଟର ଦେବକାନ୍ତ ଜେନା। କାନାଡାର ଏକ ଘରୋଇ ହସ୍ପିଟାଲର ଶଲ୍ୟ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରନ୍ତି ଦେବକାନ୍ତ। କିନ୍ତୁ ଦେଶ ବାହାରେ ରହି ମଧ୍ୟ ଓଡିଶାର ପରମ୍ପରା ଓ ସଂସ୍କୃତିକୁ ଭୁଲି ନାହାଁନ୍ତି ଡକ୍ଟର ଦେବକାନ୍ତ। ସେମାନଙ୍କ ହାତରେ ଥିବା ପ୍ଲାକାକାର୍ଡରୁ ଜଣାପଡୁଛି ଯେ, ସେ ଓଡ଼ିଶାର ଗଣପର୍ବ ରଜକୁ କେତେ ଭଲ ପାଆନ୍ତି। ସବୁଠାରୁ ଖୁସିର କଥା, ତାଙ୍କ ପାଖରେ ଥିବା ସହକର୍ମୀମାନେ ବାହାର ଦେଶର ନାଗରିକ ହୋଇଥିଲେ ମଧ୍ୟ ସେମାନେ ହାତରେ ରଜ ର ପ୍ଲାକାକାର୍ଡ ଧରି ଦେବକାନ୍ତଙ୍କ ସହ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

Leave a Reply

Your email address will not be published. Required fields are marked *