ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ବେକରେ ରଶି ଲଗାଇ କରିଛନ୍ତି ଆତ୍ମହତ୍ୟା

ମୁମ୍ବାଇ:-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କରିଛନ୍ତି। ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୁଚନା ମିଳିଛି। ଘଟଣାସ୍ଥଳରେ ମୁମ୍ବାଇ ପୋଳିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ବଲିଉଡରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଜଣାଶୁଣା ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଫାଶୀ ଲଗାଇ ନିଜ ଜୀବନ ଦେଇଛନ୍ତି।

ମହେନ୍ଦ୍ର ସିଂହ ଧୋନୀଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ । ଧାରାବାହିକ ‘ପବିତ୍ର ରିସ୍ତା’ ରୁ ଲୋକପ୍ରିୟ ହୋଇଥିବା ସୁଶାନ୍ତଙ୍କ ପ୍ରଥମ ସିନେମା କାଇ ପୋ ଛେ ଥିଲା ।ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏବେ ପର୍ଯ୍ୟନ୍ତ ତାଙ୍କର ଏଭଳି ନିଷ୍ପତ୍ତିର କାରଣ ଜଣାପଡିନାହିଁ । ସୁଶାନ୍ତ ବଲିଉଡର ଲୋକପ୍ରିୟ ଅଭିନେତାଙ୍କ ଭିତରୁ ଜଣେ ଥିଲେ । ଟିଭି ଅଭିନେତା ରୁପେ ଅଭିନୟ ଜଗତରେ ସେ ପାଦ ଥାପିଥିଲେ । ତାଙ୍କ ଅଭିନିତ ପ୍ରଥମ ହିନ୍ଦୀ ଧାରାବାହିକ ‘କିସ୍ ଦେଶ୍ ମେ ହେ ମେରା ଦିଲ୍’ ଥିବାବେଳେ ତାଙ୍କୁ ଅସଲ ପରିଚୟ ମିଳିଥିଲା ଏକତା କପୁରଙ୍କ ଧାରାବାହିକ ‘ପବିତ୍ର ରିସ୍ତା’ ରୁ । ଏହାପରେ ସେ ବଲିଉଡ୍ ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ଅଭିନିତ ପ୍ରଥମ ଫିଲ୍ମ ‘କାଇ ପୋ ଛେ’ କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଏହାପରେ ସୁଧ୍ ଦେଶୀ ରୋମାନ୍ସ , ଏମ୍ ଏସ୍ ଧୋନୀ , କେଦାରନାଥ୍ , ରାବତା , ଛିଛୋରେ ଭଳି ସିନେମାରେ ସେ ନଜର ଆସିଥିଲେ । ତାଙ୍କ ଅଭିନିତ ଶେଷ ସିନେମା ଥିଲା କେଦାରନାଥ୍ ।

Leave a Reply

Your email address will not be published. Required fields are marked *