ମା’କୁ ପିଟିପିଟି ହତ୍ୟାକଲା ପୁଅ,

ତରଭା:-ମା’କୁ ପିଟିପିଟି ହତ୍ୟାକଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ । ନିଜ ଜନ୍ମକଲା ମା’କୁ ପିଟିପିଟି ମାରିଦେଇଛି ପୁଅ ।ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂଘିଯୁବା ପଞ୍ଚାୟତର ଖଇରମାଲ ଗ୍ରାମର ୬୨ ବର୍ଷ ବୟସ୍କା ସତ୍ୟ ଭୋଇଙ୍କୁ ନିଜର ୨୮ ବର୍ଷ ବୟସ୍କ ପୁଅ ଗଣେଶ କାଠ ଫାଳିଆରେ ପିଟିବାକୁ ଲାଗିଥିଲେ । ପ୍ରବଳ ରକ୍ତଶ୍ରାବ ହେବା ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।ଖବର ପାଇ ବିନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି । ଅଭିଯୁକ୍ତ ଗଣେଶ ମାସସିକ ଭାରସାମ୍ୟ ହରାଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *