ଗଞ୍ଜାମ ଜିଲ୍ଲାରେ ବଢିଲା କଟକଣା : ଦିନ ୧୨ଟାରୁ ସକାଳ ୭ଟା ଯାଏଁ ଜିଲ୍ଲା ସଟ୍ ଡାଉନ୍,

ଗଞ୍ଜାମ:-ସବୁଠାରୁ ଅଧିକ ପ୍ରଭାବ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କଡା ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଲକ୍ ଡାଉନ କଟକଣାକୁ ଗଞ୍ଜାମରେ ଜୁନ୍ ୩୦ ତାରିଖ ଯାଏଁ ଲାଗୁ କରାଯାଇଛି ।

ଏହି କ୍ରମରେ ଦିନ ୧୨ଟାରୁ ସକାଳ ୭ଟା ଯାଏଁ ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ୍ ହେବ । ଏହି ସମୟରେ ସବୁ ଦୋକାନ ଓ ବସ୍ ଚଳାଚଳ ବନ୍ଦ ରହିବ । ସକାଳ ୭ଟାରୁ ଦିନ ୧୨ ଯାଏଁ ସଟ୍ ଡାଉନ୍ ଟିକେ କୋହଳ ହେବ । କେବଳ ତେଜରାତୀ, ପନିପରିବା ଓ ଔଷଧ ଦୋକାନ ଖୋଲା ରହିବ । ସକାଳ ୭ଟାରୁ ୧୨ଟା ଯାଏଁ ବସ୍ ଚଳାଚଳ ବି ବନ୍ଦ ରହିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *