ଠେଙ୍ଗାରେ ପିଟି ପିଟି ବୃଦ୍ଧଙ୍କୁ ମାରିଦେଲେ ବାପ-ପୁଅ

ବେତନଟୀ:-ବଡସାହି ଥାନା ତେନ୍ତୁଳିଗାଁରେ ଘଟିଛି ହତ୍ୟାକାଣ୍ତ । ଏହି ହତ୍ୟାକାଣ୍ତରେ ରବିନ୍ଦ୍ର ଦେହୁରି (୬୫) ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସେହି ଗାଁର ରବି ସିଂ ଓ ଦିଲ୍ଲିପ ଜେନା ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ,  ପୁର୍ବ ଶତୃତାକୁ ନେଇ ଗତକାଲି ରାତିରେ ତେନ୍ତୁଳିଗାଁ ସାପ୍ତାହିକ ହାଟରେ ଘଟିଛି ଏଭଳି ଘଟଣା । ରବିନ୍ଦ୍ର ଦେହୁରିକୁ ଗତକାଲି ରାତିରେ ଦିଲ୍ଲୀପ ଜେନା ଓ ତାଙ୍କର ପୁଅ ଗୋଲକ ବିହାରି ଜେନା ସହିତ ରବି ସିଂ ମିଳିତ ଭାବେ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ ।ଘଟଣାସ୍ଥଳରେ ରବିନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ସ୍ଥଳେ ଦିଲ୍ଲୀପ ଜେନା ଓ ରବି ସିଂ ଆହତ ହୋଇ ପୋଲିସ ହେପାଜତରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ବେତନଟୀ ଏସ୍.ଡି.ପି.ଓ, ବଡସାହି ଆଇ.ଆଇ.ସି  ଓ ସାଇଣ୍ଟିଫିକ୍‌ ଟିମ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ପୋଲିସ ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି ।

Leave a Reply

Your email address will not be published. Required fields are marked *