ଭୁବନେଶ୍ୱରରେ ପହଞ୍ଚିଲେ ବିଜୟ ମହାନ୍ତି, ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର:- ଭୁବନେଶ୍ୱରରେ ପହଂଚିଲେ ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ଆସି ଆଜି ଭୁବନେଶ୍ୱରରେ ପହଁଚିଲେ ଅଭିନେତା ବିଜୟ ମହାନ୍ତି । ତେବେ ରାଜଧାନୀରେ ପହଁଚିବା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ନିଆଯାଇଛି ଗୁରୁତର ଅବସ୍ଥାରେ ପ୍ରାୟ ୧୫ ଦିନ ଧରି ଏହି ବରିଷ୍ଠ କଳାକାର ହାଇଦ୍ରାବାଦରେ ଡାକ୍ତରଖାନାରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ ।ବିଜୟ ମହାନ୍ତିଙ୍କ ଫେରିବା ନେଇ ଏକ ସହଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଅଭିନେତା ଅଖିଳ ପଟ୍ଟନାୟକ । ବିଜୟ ମହାନ୍ତିଙ୍କୁ ନେଇ ଆସିଥିବା ଆଂବୁଲାନ୍ସରେ ଡାକ୍ତର , ନର୍ସ ଏବଂ ଆଇସିୟୁ ବ୍ୟବସ୍ଥା ରହିଛି । ତାଙ୍କ ପରିବାର ମଧ୍ୟ ଏହି ଆଂବୁଲାନ୍ସରେ ଆସିଛନ୍ତି ।

Leave a Reply

Your email address will not be published. Required fields are marked *