ପ୍ରବାସୀ ଶ୍ରମଜୀବୀଙ୍କୁ ଭେଟିଲେ ରାହୁଲ ଗାନ୍ଧୀ, ଫୁଟ୍‌ଫାଥ୍‌ରେ ବସି ପଚାରି ବୁଝିଲେ ଅବସ୍ଥା

 ନୂଆଦିଲ୍ଲୀ :-କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଶନିବାର ପ୍ରବାସୀ ଶ୍ରମିକଙ୍କୁ ଭେଟିଛନ୍ତି। କଂଗ୍ରେସ ନେତା ଦିଲ୍ଲୀର ସୁଖଦେବ ବିହାର ଫ୍ଲାଇ ଓଭର ନିକଟରେ ଶ୍ରମଜୀବୀଙ୍କୁ ଦେଖା କରିଛନ୍ତି। ରାହୁଲ ଗାନ୍ଧୀ ଫୁଟ୍‌ଫାଥରେ ବସି ସେମାନଙ୍କ  ସହ ଆଲୋଚନା କରିଛନ୍ତି ଓ ସେମାନଙ୍କର ସମସ୍ୟା ପଚାରି ବୁଝିଛନ୍ତି। ସେ ଭାରତୀୟ ଯୁବ କଂଗ୍ରେସ ଓ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିକୁ ଦିଲ୍ଲୀରେ ଫସିଥିବା ପ୍ରବାସୀ ଶ୍ରମିକଙ୍କ ସୁରକ୍ଷିତ ଘର ପ୍ରତ୍ୟାବର୍ତ୍ତନ ବ୍ୟବସ୍ଥା କରିବାକୁ କହିଛନ୍ତି।

ରାହୁଲ ଗାନ୍ଧୀଙ୍କ ଶ୍ରମଜୀବୀଙ୍କ ସହ ସାକ୍ଷାତ ଉପରେ କଂଗ୍ରେସ୍ ଟୁଇଟ୍ କରିଛି ଯେ, ଲୋକଙ୍କ ଯନ୍ତ୍ରଣା କେବଳ ସେହି ନେତା ବୁଝି ପାରିବେ ଯିଏ ସେମାନଙ୍କର ଧ୍ୟାନ ରଖନ୍ତି। କଂଗ୍ରେସ ପାର୍ଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଶ୍ରମିକଙ୍କୁ ଭେଟିବାର ଫଟୋ ମଧ୍ୟ ପୋଷ୍ଟ କରିଛି। ଜଣେ ପ୍ରବାସୀ ଶ୍ରମିକ ଦେବେନ୍ଦ୍ର କହିଛନ୍ତି ରାହୁଲ ଗାନ୍ଧୀ କିଛି ସମୟ ପୂର୍ବେ ଭେଟିବାକୁ ଆସିଥିଲେ। ଘରକୁ ଯିବା ନିମନ୍ତେ ସେ ଆମ ପାଇଁ ଗାଡି ବୁକ୍ କରି ଦେଲେ। ଆମକୁ ଘର ପର୍ଯ୍ୟନ୍ତ ଛାଡି ଦେବା କଥା କହିଲେ। ଏହା ସହିତ ଆମକୁ ଭୋଜନ, ପାଣି ଓ ମାସ୍କ ଦେଲେ।ଅନ୍ୟପଟେ ଦିଲ୍ଲୀ କଂଗ୍ରେସର ନେତା ଅନିଲ ଚୌଧୁରୀ କହିଛନ୍ତି ଆମେ ଜାଣିବାକୁ ପାଇଲୁ ଯେ, ଶ୍ରମଜୀବୀଙ୍କୁ ଅଟକ ରଖାଯିବ। ରାହୁଲ ଗାନ୍ଧୀ ଏଠାକୁ ଆସି ସେମାନଙ୍କୁ ଭେଟିଛନ୍ତି। ଆମେ ପୋଲିସ କଥାରେ ସହମତ ଯେ, ଦୁଇ ଦୁଇ ଜଣଙ୍କ ସହିତ ଯିବାକୁ ଅନୁମତି ମିଳିବ। ଆମର କଂଗ୍ରସ କର୍ମକର୍ତ୍ତ ଶ୍ରମଜୀବୀଙ୍କୁ ସେମାନଙ୍କ ଘରକୁ ନେଇ ଯାଉଛନ୍ତି।

Leave a Reply

Your email address will not be published. Required fields are marked *