ପିଏନବି ଘୋଟାଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ,ହଂକଂରୁ ଆସିଲା ନୀରବ ମୋଦିଙ୍କ ୧୩୫୦ କୋଟି ମୂଲ୍ୟର ହୀରା

ନୂଆଦିଲ୍ଲୀ:-ଇଡି(ପ୍ରବର୍ତ୍ତନ ନିର୍ଦେଶାଳୟ)କୁ ଏକ ବଡ଼ ସଫଳତା ମିଳଛି। ନୀରବ ମୋଦି ଓ ମେହୁଲ ଚୋକସୀଙ୍କ ୧୩୫୦  କୋଟି ଟଙ୍କା ହୀରା ଓ ମୋତି ଭଳି ମୂଲ୍ୟବାନ୍ ଜିନିଷ ଭାରତକୁ ଫେରାଇ ଆଣିବାରେ ସଫଳା ମିଳିଛି।

ନୀରବ ମୋଦି ଓ ମେହୁଲ  ଏହି ଜିନିଷ ଦୁବାଇରେ ରଖିଥିଲେ ଓ ଯେତେବେଳେ ପିଏନବି ଦୁର୍ନୀତି ଅଭିଯୋଗରେ ନୀରବ ମୋଦି ଓ ମେହୁଲ ଚୋକସିଙ୍କ ବିରୋଧରେ ମାମଲା ରୁଜୁ କରି ଏଜେନ୍ସି ଯାଞ୍ଚ ଆରମ୍ଭ କରିଥିଲା ଦୁଇ ଅଭିଯୁକ୍ତ ଏହି ଜିନିଷକୁ ଦୁବାଇରୁ ହଂକଂ ପଠାଇ ଦେଇଥିଲେ। କାରଣ ଦୁବାଇରୁ ବହୁ ଜିନିଷ ଇଡି ଜବତ କରି ଭାରତ ଆଣିଥିଲା। କିନ୍ତୁ ୧୩୫୦ କୋଟି ଟଙ୍କାର ଏହି ମୂଲ୍ୟବାନ ଜିନିଷ ହଂକଂ ପହଁଞ୍ଚି ଯାଇଥିଲା।

ହଂକଂରେ ଏହି ମୂଲ୍ୟବାନ ଜିନିଷ ଥିବାର ଖବର ଇଡିକୁ ଜୁଲାଇ ୨୦୧୮ରେ ମିଳିଥିଲା। ସେତେବେଳେ ହଂକଂ ସରକାର ଓ ସେଠାର ଏଜେନ୍ସି ଏହି ଜିନିଷକୁ ଭାରତ ଫେରାଇ ଆଣିବାର ଚେଷ୍ଟା କରାଯାଇଥିଲା। ଯେଉଁଥିରେ ଆଜି ସଫଳତା ମିଳିଯାଇଛି ଓ ୧୩୫୦ କୋଟି ଟଙ୍କର ମୂଲ୍ୟବାନ ଜିନିଷ ମିଳିପାରିଛି। ଯାହାର ଓଜନ ୨୩୪୦ କିଲୋଗ୍ରାମ। ଏହାକୁ ମୁମ୍ବାଇ ଫେରାଇ ଅଣାଯାଇଛି।

ଭାରତ ଅଣାଯାଇଥିବା ୧୦୮ କନସାଇନମେଣ୍ଟରେ ୩୨ ନୀରବ ମୋଦିଙ୍କର ରହିଛିଓ ୭୬ଟି ମେହୁଲ ଚୋକସୀଙ୍କର ରହିଛି। ପୂର୍ବରୁ ମଧ୍ୟ ଇଡି ନୀରବ ମୋଦି ଓ ମେହୁଲ ଚୋକସୀଙ୍କ ୩୩ କନସାଇନମେଣ୍ଟକୁ ଦୁବାଇ ଓ ହଂକଂରୁ ଜବତ କରି ଭାରତ ଅଣାଯାଇଥିଲା, ଯାହାର ମୂଲ୍ୟ ୧୩୭ କୋଟି ଥିଲା।

Leave a Reply

Your email address will not be published. Required fields are marked *