ସ୍ୱାମୀଙ୍କ ଅନୁପସ୍ଥିତିରେ ବେଡ୍‌ ରୁମ୍‌କୁ ଡାକୁଥିଲେ ପ୍ରେମିକକୁ ! ଧରାପଡ଼ିଗଲା ବୋହୂର ପାପ ପ୍ରଣୟ

ଅନୁଗୁଳ:- ସ୍ୱାମୀର ଅନୁପସ୍ଥିତିରେ ସ୍ତ୍ରୀ କରୁଥିଲା ପରକୀୟା ପ୍ରୀତି । ଏମିତି ଏକ ଖବର  ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟୋପଢ଼ୋଲ ରୁ ସାମନାକୁ ଆସିଛି । ହେଲେ ବେଶୀ ଦିନ ଲୁଚିନଥିଲା ଏହି ପାପ ପ୍ରଣୟ ।  ଆଉ ଶ୍ୱଶୂର ନଜରରେ ଧରା ପଡ଼ିଯାଇଥିଲା

ଘଟଣା ଥିଲା ଏମିତି –

କୁନି (ଛଦ୍ମନାମ) ନାମକ ଜଣେ ମହିଳାଙ୍କର ଅନୈତିକ ସଂପର୍କଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଙ୍କର  ୩ ବର୍ଷର ଏକ ପିଲା ଅଛି । ସ୍ୱାମୀ ପରିବାର ଚଳାଇବା ପାଇଁ ବାହାରେ ଚାକିରୀ କରନ୍ତି । ସ୍ୱାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ କୁନି ଫେସ୍‌ବୁକ୍‌ରେ ଅନୁଗୁଳ ଜିଲ୍ଲା କିଶୋର ନିଗର ବ୍ଲକ୍‌ ଉରୁକୁଳା ଗ୍ରାମର ଜଣେ ଯୁବକଙ୍କ ସହ ଫେସବୁକ୍‌ରେ ବନ୍ଧୁତା କରନ୍ତି । ଦୁହିଁଙ୍କର ସଂପର୍କ କ୍ରମେ ନିବିଡ଼ ହୁଏ । ଆଉ ସେମାନଙ୍କ ଭିତରେ ଆରମ୍ଭ ହୋଇଯାଏ ପ୍ରେମ ।

ଗୋଟିଏ ପିଲାର ମାଆ କୁନି , ଦିନ ଯେତେ ବଢ଼ୁଥିଲା ତାଙ୍କର ପ୍ରେମରେ ସେତେ ଉବୁଟୁବୁ ହେଉଥିଲେ । ଶେଷରେ ଗୋଟେ ବୋହୂର ସବୁ ମାନ ମର୍ଯ୍ୟାଦାକୁ ତଳେ ପକାଇ ପ୍ରେମିକ ସହ ପାପ ପ୍ରଣୟ ଆରମ୍ଭ କରିଦେଲେ । ଲୁଚିଛପି ଫୋନ୍‌ରେ କଥାବାର୍ତ୍ତା ଓ ଫେସବୁକ୍‌ରେ ଦେଖାଚାହାଁର ପରିଚୟ ବଦଳିଗଲା । ରାତିରେ ନିଜ ବେଡ୍‌ରୁମ୍‌କୁ ଡାକିଲେ ସେହି ପ୍ରେମିକକୁ ।

କିନ୍ତୁ ବୋହୂର ଏହି ଅନୈତିକ ସଂପର୍କ ଶ୍ୱଶୂରଙ୍କ ନଜରରେ ପଡ଼ିଗଲା । ସୁଯୋଗକୁ ଅପେକ୍ଷା କରିଥିବା ଶ୍ୱଶୂର ବୋହୂକୁ ଧରିବା ପାଇଁ ଅପେକ୍ଷା କଲେ ଏକ ସୁଯୋଗକୁ ।

ପାପ ପ୍ରଣୟରେ ଲିପ୍ତ ଥିବା ବୋହୂ କୁନି କିନ୍ତୁ କିଛି ଜାଣିପାରିନଥିଲା ତାର ଏହି ପ୍ରେମ ଧରାପଡ଼ିଗଲାଣି । ଦିନେ ସେହି ପ୍ରେମିକ ସହ ଅସଞ୍ଜତ ଅବସ୍ଥାରେ ଥିବା ବେଳେ ଶ୍ୱଶୂର ଦେଖି ଘର ତାଲା ପକାଇ ଘରର ଅନ୍ୟ ସଦସ୍ୟଙ୍କୁ ଡାକିଥିଲେ । ବୋହୂ କୁନି ସହ ତାଙ୍କର ସେହି ପ୍ରେମିକକୁ ଉତ୍ତମ ମଧ୍ୟମ ଦେଇଥିଲେ ପରିବାର ଲୋକେ ।

Leave a Reply

Your email address will not be published. Required fields are marked *