ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ, ଆସନ୍ତାକାଲି ଠାରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ୱର:-ପେଟ୍ରୋଲ ଓ ଡିଜେଲ ଉପରେ ବଢିଲା ଭ୍ୟାଟ୍ । ପେଟ୍ରୋଲ ଉପରେ ଭ୍ୟାଟ୍ ୨୬ ପ୍ରତିଶତରୁ ୩୨ ପ୍ରତିଶତକୁ ବଢିଲା । ସେହିପରି ଡିଜେଲ ଉପରେ ବି ୨୬ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ।ତେବେ ଭ୍ୟାଟ୍ ବୃଦ୍ଧି ପରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୧ ଟଙ୍କା ୬୯ ପଇଲା ହେଲା । ସେହିପରି ଭ୍ୟାଟ୍ ବୃଦ୍ଧି ପରେ ଭୁବନେଶ୍ୱରରେ ଡିଜେଲ ଦର ୬୭ ଟଙ୍କା ୭୩ ପଇସା ହେଲା । ଅର୍ଥାତ ପେଟ୍ରୋଲରେ ୩ ଟଙ୍କା ୧୧ ପଇସା ଏବଂ ଡିଜେଲରେ ୧ ଟଙ୍କା ୦୩ ପଇସା ବଢିଲା । ସବୁଠାରୁ ବଡକଥା ହେଉଛି ଆସନ୍ତାକାଲି ଠାରୁ ଲାଗୁ ହେବ ଏହି ବର୍ଦ୍ଧିତ ଦର । ସେପଟେ ଭ୍ୟାଟ ବୃଦ୍ଧି କରିବା ଦ୍ୱାରା ରାଜସ୍ୱ ଆଦାୟ ହେବ । ଆଉ ଏହି ରାଜସ୍ୱ କରୋନା ମୁକାବିଲା ପାଇଁ ଲାଗିପାରେ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *