ଶୌଚ ବାହାନାରେ କଏଦୀ ଫେରାର,
ଜଳେଶ୍ୱର – ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଜଳେଶ୍ବର ଉପକାରାଗାରରୁ ଜଣେ ବିଚାରଧିନ କଏଦୀ ଫେରାର ହୋଇଯାଇଛି । ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପୋ ଗ୍ରାମର ପ୍ରିୟବ୍ରତ୍ତ ମହାପାତ୍ର ଗତ କିଛି ଦିନ ପୂର୍ବରୁ ଏକ ଚୋରି ମାମଲାରେ ଜେଲ ଯାଇଥିଲା । ଶନିବାର ସନ୍ଧ୍ୟା ସମୟରେ ଶୌଚହେବାକୁ ଯାଇଥିବା ବେଳେ ନିଖୋଜ ହୋଇଯାଇ ଥିବା ସୂଚନା ମିଳିଛି ।
ଏହାପରେ ଜେଲ୍ କର୍ତ୍ତୃପକ୍ଷ ଚାରିଆଡେ ଖୋଜାଖୋଜି କରାଯାଇଥିବା ଉପକାରାଗରର ଦାୟିତ୍ୱରେ ଥିବା ଅଧିକାରୀ ସୂଚନା ଦେଇଛନ୍ତି । ଏହି ବ୍ୟକ୍ତି ଜଣଙ୍କ ପୂର୍ବରୁ ଜଳେଶ୍ୱର ଥାନାରୁ ଚମ୍ପଟ ମାରିଥିଲେ । ପରେ ଦୁଇଦିନ ପରେ ପୁଲିସ ତାଙ୍କୁ ଗିରଫ କରିଥିଲା ।










