ପୂର୍ବତଟ ରେଳବାଇରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ : ପରୀକ୍ଷା ହେବନି, ମେରିଟ ଆଧାରରେ ସିଧାସଳଖ ଚୟନ

ନୂଆଦିଲ୍ଲୀ: ଦେଶ ବ୍ୟାପୀ ଲକ୍‌ଡାଉନ୍‌ ଚାଲିଥିବା ସମୟରେ ଭାରତୀୟ ରେଳବାଇରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ ଆସିଛି। ଏହି ବିଜ୍ଞପ୍ତି ପୂର୍ବତଟ ରେଳବାଇ ବାହାର କରିଛି। ୫୬୧ରୁ ଅଧିକ ପଦ ପୂରଣ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଏହି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ କୌଣସି ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ୧୦ମ ଶ୍ରେଣୀ ପାସ୍‌ କରିଥିବା ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ଡିପ୍ଲୋମା ହୋଲଡର ଓ ସ୍ୱତନ୍ତ୍ର ବିଭାଗରୁ ସ୍ନାତକ ହାସଲ କରିଥିବା ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରି ପାରିବେ।

ତେବେ ଏହି ପଦ ପାଇଁ କିପରି ଆବେଦନ କରିବେ, କେତେ ଯୋଗ୍ୟତା ଆବଶ୍ୟକ ଆଦି ବିଷୟରେ ବିସ୍ତୃତ ବିବରଣୀ ନିମ୍ନରେ ପ୍ରଦତ୍ତ…

୧. ନର୍ସିଂ ସୁପରିଟେଣ୍ଡେଣ୍ଟ ପାଇଁ ୨୫୫ଟି ପଦ ରହିଛି। ଏହି ପଦ ପାଇଁ ବିଏସସି ନର୍ସିଂ କିମ୍ବା ମିଡ୍‌ଓ୍ଵାଇଫ୍‌ରେ ତିନିବର୍ଷର କୋସ୍‌ ନର୍ସିଂ ସ୍କୁଲ କିମ୍ବା ଅନ୍ୟ ଶିକ୍ଷା ଅନୁଷ୍ଠାନରୁ କରିଥିବା ଆବଶ୍ୟକ। ଏହି ପଦ ପାଇଁ ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ବୟସ ସୀମା ୨୦ରୁ ୩୮ବର୍ଷ ରହିବା ଦରକାର।

୨. ୫୧ଟି ଫାର୍ମାସିଷ୍ଟ ପଦ ପୂରଣ ହେବ। ଏହି ପଦ ପାଇଁ ବିଜ୍ଞାନରେ ଦ୍ୱାଦଶ ଶ୍ରେଣୀ ଓ ଫାର୍ମାସିରେ ଡିପ୍ଲୋମା ପାସ୍‌ କରିଥିବା ଆବଶ୍ୟକ ରହିଛି। ଏହି ପଦ ପାଇଁ ବୟସ ସୀମା ୨୦ରୁ ୩୦ ବର୍ଷ ରହିଛି।

୩. ୨୫୫ଟି ଡ୍ରେସର/ ଓଟିଏ/ ହସ୍ପିଟାଲ ଆଟେଣ୍ଡେଣ୍ଟ ପଦ ରହିଛି। ଏହି ପଦ ପାଇଁ ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀ ୧୦ମ ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ। ସେହିପରି ସେମାନଙ୍କ ୧୮ବୟସରୁ ୩୩ବର୍ଷ ଭିତରେ ହୋଇଥିବ।

ଏହି ପଦଗୁଡ଼ିକ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ eastcoastrail.indianrailways.gov.in ଉକ୍ତ ନୋଟିଫିକେସନ୍‌ ଡାଉନ୍‌ଲୋଡ କରନ୍ତୁ। ନୋଟିଫିକେସନ୍‌ ଶେଷରେ ଆବେଦନ ଫର୍ମ ଦିଆଯାଇଛି। ଏହାର ପ୍ରିଣ୍ଟ ବାହାର କରି ଭରି ନିଅନ୍ତୁ। ଏବେ ଏହି ଫର୍ମ ପୂରଣ କରିବା ସହିତ ଏଥିରେ ମଗା ଯାଇଥିବା ଜରୁରୀ ଦସ୍ତାବିଜକୁ ପ୍ରାର୍ଥୀ ଇମେଲ ଜରିଆରେ ଆବେଦନ ପଠାଇବେ।

ଆବେଦନ କରିବାର ଶେଷ ତାରିଖ ୨୨ମଇ ରହିଛି । ତେବେ ଏହି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କଠାରୁ କୌଣସି ପ୍ରକାର ଶୁଳ୍କ ଆଦାୟ କରାଯିବ ନାହିଁ। ସେହିପରି ଏହି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର ହେଉଛି, ଉପରୋକ୍ତ ପଦ ପାଇଁ କୌଣସି ପରୀକ୍ଷା ହେବ ନାହିଁ। ମେରିଟ୍ ଆଧାରରେ ପ୍ରାର୍ଥୀଙ୍କୁ ସିଧାସଳଖ ଭର୍ତ୍ତି କରାଯିବ।

2 thoughts on “ପୂର୍ବତଟ ରେଳବାଇରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ : ପରୀକ୍ଷା ହେବନି, ମେରିଟ ଆଧାରରେ ସିଧାସଳଖ ଚୟନ

Leave a Reply

Your email address will not be published. Required fields are marked *