ସ୍ୱାମୀ ସାଜିଲା ସଇତାନ ! ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀଙ୍କୁ ଜଙ୍ଗଲକୁ ଡ଼ାକି କଲା ହତ୍ୟା

ଫତେଗଡ:-ହୃଦୟରେ ଜଳିଲା କ୍ରୋଧର ନିଆଁ । ଆଉ ଶେଷରେ ଶେଷରେ ବଳି ପଡ଼ିଗଲା ବିଶ୍ୱାସ । ସାତଜନମକୁ ସାଥି ହେବାକୁ ସିନ୍ଦୁର ଦେଇ ପ୍ରେମିକରୁ ସ୍ୱାମୀ ହୋଇଥିବା ବ୍ୟକ୍ତି ପତ୍ନୀଙ୍କୁ ଜୀବନରେ ମାରି ଦେଇଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଫତେଗଡ ଥାନା ଅଞ୍ଚଳରେ ।ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଛି ସ୍ୱାମୀ ।

ସୂଚନାନୁସାରେ, ଭାପୁର ବ୍ଲକ ବାଇଗୁଣିଆ ପଞ୍ଚାୟତର କେସର ସିଂ ଗ୍ରାମର ଅଜାତି ନାଏକଙ୍କ ପୁଅ ଶ୍ରୀଧର ନାଏକ(୩୮) ତାଙ୍କ ପଡିଶା ଘରେ ରହୁଥିବା ଶ୍ୟାମା ନାଏକଙ୍କ ଝିଅ ସତ୍ୟଭାମା ନାଏକ(୩୫)ଙ୍କୁ ୧୮ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଏକ ୧୮ ବର୍ଷର ପୁଅ ଓ ୧୩ ବର୍ଷର ଝିଅ ମଧ୍ୟ ରହିଛି । ଶ୍ରୀଧର ଭୁବନେଶ୍ୱରରେ ଅଟୋ ଡ୍ରାଇଭର ଭାବେ କାମ କରନ୍ତି ।

କାହିଁକି ଶ୍ରୀଧର ଏମିତି କାଣ୍ଡ ଘଟାଇଲା … ?

ଶୀଧରଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମର ଜଣେ ଯୁବକଙ୍କ ସହ ତାଙ୍କ ସ୍ତ୍ରୀ ସତ୍ୟାଭାମାଙ୍କର ଅନୈତିକ ସମ୍ପର୍କ ରହିଥିଲା । ଗତ ଗୁରୁବାର ରାତିରେ ଶ୍ରୀଧର ସେହି ଯୁବକ ଓ ସ୍ତ୍ରୀ ସତ୍ୟଭାମାଙ୍କୁ ଅସଂଯତ ଅବସ୍ଥାରେ ଧରିଥିଲେ । ଏନେଇ ସେ ସତ୍ୟଭାମାଙ୍କ ବାପ ଘର ଲୋକଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲେ ମଧ୍ୟ ଓଲଟା ସତ୍ୟଭାମାଙ୍କ ବାପା ଶ୍ରୀଧରଙ୍କୁ ଧମକ ଦେଇଥିଲେ ।

ସ୍ତ୍ରୀଙ୍କୁ ମାରିବାର ପ୍ଲାନ୍‌ ଏମିତି ରଚିଥିଲା ଶ୍ରୀଧର –

ଶୁକ୍ରବାର ଦିନ ଶ୍ରୀଧର ସ୍ତ୍ରୀ ସତ୍ୟାଭାମାଙ୍କୁ ନେଇ ପାଥରେ ଥିବା ପାହାଡ଼କୁ କାଠ ପାଇଁ ଯାଇଥିଲେ ।  ପୂର୍ବରୁ କ୍ରୋଧ ଓ ସନ୍ଦେହ ନିଆଁରେ ଜଳୁଥିବା ଶ୍ରୀଧରର ମୁଣ୍ଡରେ ରାକ୍ଷସ ସବାର ହୋଇଥିଲା । ସ୍ୱାମୀଙ୍କୁ ବିଶ୍ୱାସ କରି ଜଙ୍ଗଲକୁ ଯାଇଥିବା ସତ୍ୟାଭାମାଙ୍କ ମୁଣ୍ଡକୁ ଏକ କଟୁରୀରେ ଆକ୍ରମଣ କରିଥିଲେ ଶ୍ରୀଧର।

ଘଟଣା ସ୍ଥଳରେ ସତ୍ୟଭାମାଙ୍କ ମୃତ୍ୟୁ ହୋଇଯାଇଥିଲା । ଏକଥା ସେ ନିଜେ ତାଙ୍କ ଝିଅଙ୍କୁ ଫୋନ କରି ଜଣାଇଥିଲେ । ଖବର ପୁଲିସ ପାହାଡ ଉପରେ ବହୁ ଖୋଜାଖୋଜି କରିଥିଲା । ଶନିବାର ସକାଳେ ପୁଲିସ ସତ୍ୟାଭାମାଙ୍କ ମୃତଦେହ ଉଦ୍ଧାର କରି ଅଭିଯୁକ୍ତ ଶ୍ରୀଧରଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *