ପଶ୍ଚିମବଙ୍ଗରେ ଜୁନ୍‌ ୩୦ ଯାଏ ଲକ୍‌ ଡାଉନ୍

ପଶ୍ଚିମବଙ୍ଗ – ପଶ୍ଚିମବଙ୍ଗରେ ଲକ୍‌ ଡାଉନ୍‌କୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଜୀଙ୍କର ବଡ଼ ଘୋଷଣା । ଜୁନ୍‌ ୩୦ ଯାଏ ରାଜ୍ୟରେ ଲକ୍‌ ଡାଉନ୍‌ ବୃଦ୍ଧି ହେବ ବୋଲି ଆଜି ଦେଇଛନ୍ତି ସୂଚନା ।

ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ମମତା କହିଛନ୍ତି , “ ଲକ୍‌ ଡାଉନରେ ସବୁ ନୀତି ନିୟମ ଓ କୋହଳ ସହ ରାଜ୍ୟରେ ଜୁନ୍‌ ୩୦ଯାଏ ଲକ୍‌ ଜାଉନ୍‌ ବଢ଼ା ହେବ । ପ୍ରଥମରେ ଆମେ ବିବାହ ଓ ଶବଦାହ ଭଳି ସାମାଜିକ କାର୍ଯ୍ୟକ୍ରମରେ କେବଳ ୧୦ ଜଣ ଲୋକଙ୍କୁ ଅନୁମତି ଦେଉଥିଲୁ । ଏବେ ଏହାକୁ ବଢ଼ାଇ ୨୫ ରଖିଛୁ “।   ପୂର୍ବରୁ ଚଳିତ ମାସର ଆରମ୍ଭରେ ମମତା ବାନାର୍ଜୀ ରାଜ୍ୟରେ କରୋନାର ପ୍ରଭାବକୁ ନେଇ  ଜୁନ୍‌ ୧୫ଯାଏ  ଲକ୍‌ ଡାଉନ୍‌ ବଢ଼ାଇଥିଲେ । ଏଥିରେ କିଛି ନୀତି ନିୟମରେ କୋହଳ କରିଥିଲେ । ଏହି ଘୋଷଣା ସେ ଦେଶବ୍ୟାପୀ ୪ର୍ଥ ଫେଜ୍‌ ଲକ୍‌ ଡାଉନର (ଯାହାକି କେନ୍ଦ୍ର ସରକାର ମାର୍ଚ୍ଚ ୨୫ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଥିଲେ) ଶେଷ ପର୍ଯ୍ୟାୟରେ କରିଥିଲେ ।

Leave a Reply

Your email address will not be published. Required fields are marked *