ଭୂତ ଛଡାଇ ନେଉଛି ସିନ୍ଦୁର, ଭୟରେ ଗାଁ ଛାଡିଲେ ୫ ପରିବାର

ରଣପୁର:-ଏକ ବିଂଶ ଶତାବ୍ଦୀରେ ମଧ୍ୟ ଅନେକଙ୍କ ମନରେ ରହିଛି ଅନ୍ଧବିଶ୍ୱାସ । ଏହି ଗାଁରେ ପୁରଷମାନେ ବିବାହ କରିବା ପାପ । ବିବାହର କିଛି ଦିନ ପରେ ଚାଲିଯାଉଛି ଜୀବନ । ପରିସ୍ଥିତି ଏପରି ଯେ ଭୂତ ଭୟରେ ଗାଁ ଛାଡିବାକୁ ବାଧ୍ୟ ହେଲେଣି ଗ୍ରାମବାସୀ । ଏହି ଘଟଣା ଆଉ କେଉଁଠି ନୁହେଁ ରାଜଧାନୀଠୁ ମାତ୍ର ୬୦ କିମି ଦୂରରେ ଥିବା ନୟାଗଡର ରଣପୁରର ଗୁଣ୍ଡୁରାବାରି ଗ୍ରାମରେ ସମସ୍ତଙ୍କୁ ଚକିତ କରିଛି ।

ସୂଚନାନୁସାରେ, ଏହି ଗାଁରେ ଦୀର୍ଘ ବର୍ଷ ଧରି ୫ଟି ହରିଜନ ପରିବାର ବସବାସ କରୁଥିଲେ । କିନ୍ତୁ ଏହି ଗାଁରେ ଯେଉଁ ପୁରୁଷମାନେ ବିବାହ କରୁଥିଲେ ସେମାନେ କିଛି ଦିନ ପରେ ରକ୍ତବାନ୍ତିର ଶିକାର ହୋଇ ମୃତ୍ୟୁମୁଖରେ ପଡୁଥିଲେ । ଏହା ଏକ ଭୌତିକ କାଣ୍ଡ ବୋଲି ଗ୍ରାମବାସୀମାନେ ଆଶଙ୍କା କରୁଛନ୍ତି । ଏହି ଭୟ ପାଇଁ ଗାଁରେ ରହୁଥିବା ଛବି ନାୟକ, ଗଦାଧର ନାୟକ, ଶରତ ନାୟକଙ୍କ ପରିବାର ଲୋକେ ନିଜ ଘରର କବାଟ ଝରକାକୁ ତାଡି ଚାଲିଯାଇଛନ୍ତି ।

ଏକ ବିଂଶ ଶତାବ୍ଦୀରେ ଏହି ସବୁ ଅନ୍ଧବିଶ୍ୱାସଠୁ ଦୂରରେ ରହିବାକୁ ଗାଁର କିଛି ଭଦ୍ର ଲୋକ ବୁଝାଉଥିଲେ ମଧ୍ୟ ଏହି ୫ଟି ପରିବାର ଲୋକେ କିନ୍ତୁ ବୁଝୁନାହାଁନ୍ତି । ଏପରିକି ସେମାନେ ଏହାର ନିବାରଣ ପାଇଁ କୌଣସି ଏକ ଗୁଣିଆକୁ ଏହି ବାବଦରେ ପ୍ରଶ୍ନ କରିଥିଲେ । ଗୁଣିଆ ମଧ୍ୟ ଗାଁରେ କୌଣସି ପୁରୁଷ ରହିବେନି ବୋଲି କୁଆଡେ କହିଥିଲା ।

Leave a Reply

Your email address will not be published. Required fields are marked *