କମିଶନରେଟ୍ ପୋଲିସ୍ର ‘ସଟଡାଉନ୍’ ମାର୍ଗଦର୍ଶିକା: ଜରୁରୀ ସେବାର କର୍ମଚାରୀଙ୍କୁ ଦେଖାଇବାକୁ ହେବ ପରିଚୟ ପତ୍ର
ଭୁବନେଶ୍ବର:-ଜନସାଧାରଣଙ୍କ ପାଇଁ କମିଶନରେଟ୍ ପୋଲିସ ଜାରି ମାର୍ଗଦର୍ଶିକା। ମେଡିକାଲ କର୍ମଚାରୀମାନେ ପରିଚୟ ପତ୍ର ଓ ଗାଡି ପାସ୍ କାର୍ଯ୍ୟ କରିବ। ଫାର୍ମାସିଷ୍ଟ ଓ ଔଷଧ ଦୋକାନ ପାଇଁ ଟ୍ରେଡ୍ ଲାଇସେନ୍ସ ଓ ପୁରୁଣା ପାସ୍ କାର୍ଯ୍ୟ କରିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ବିଭାଗୀୟ ପରିଚୟ ପତ୍ର ଦେଖାଇବେ।ଟେଲିକମ୍ କର୍ମଚାରୀଙ୍କର କମ୍ପାନୀ ପରିଚୟପତ୍ର କାର୍ଯ୍ୟ କରିବେ। ପେଟ୍ରୋଲ ପମ୍ପ କର୍ମଚାରୀ ସେମାନଙ୍କ ସଂସ୍ଥାର ପରିଚୟ ପତ୍ର ଦେଖାଇବେ। ଗଣମାଧ୍ୟମ ପ୍ରତିନିଧି, କର୍ମଚାରୀ ଓ ହକର ସେମାନଙ୍କ ସସ୍ଥାର ପରିଚୟ ପତ୍ର ଦେଖାଇ ଯାତାୟତ କରି ପାରିବେ।
ହୋମ୍ ଡେଲିଭରି କରୁଥିବା ସଂସ୍ଥାର କର୍ମଚାରୀ ସେମାନଙ୍କ ପରିଚୟ ପତ୍ର ଦେଖାଇବେ। ଜଳ ଯୋଗାଣ, ପରିମଳ ଓ ସ୍ବେରେଜ କର୍ମଚାରୀ ମ୍ୟୁନିସିପାଲିଟି ପ୍ରଦତ୍ତ ପରିଚୟପତ୍ର ଦେଖାଇବେ। ବିଦ୍ୟୁତ ଯୋଗାଣ ବଣ୍ଟନ କର୍ମଚାରୀ ସେମାନଙ୍କ ବିଭାଗୀୟ ପରିଚୟପତ୍ର ଦେଖାଇ ଯାଇପାରିବେ। କାରଖାନା ଓ ନିର୍ମାଣ ସଂସ୍ଥାର କର୍ମଚାରୀ ଶ୍ରମିକ କମ୍ପାନୀ ପରିଚୟ ପତ୍ର ଦେଖାଇ ଯାଇପାରିବେ।
ସେହିପରି ଆଇଟି ଶିଳ୍ପ, ହୋଟେଲ ଓ ଅନ୍ୟାନ୍ୟ ସଂସ୍ଥାର କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାତ୍ରା କରିବେ। ଟ୍ୟାକ୍ସି, ଅଟୋ ଏବଂ ଓଲା, ଉବେର କ୍ୟାବ ଚାଳକ ପୋଲିସ ପ୍ରଦତ୍ତ ପାସ୍ ଦେଖାଇ ଯାଇପାରିବେ। ବିବାହ ଏବଂ ଶବ ଦାହ ପାଇଁ ପୋଲିସ ପ୍ରଦତ୍ତ ପାସ୍ କାର୍ଯ୍ୟ କରିବ। ଭୁବନେଶ୍ବର କଟକରୁ ଆନ୍ତଃ ଜିଲ୍ଲା ଯାତ୍ରା ପାଇଁ ଚାହୁଁଥିଲେ ନମ୍ବର ୧୦୦ ଡାଏଲ୍ କରିବେ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି।