ପୁଣି ଡେପୁଟେସନ୍ରେ ଗଲେ ହିମାଂଶୁ ଲାଲ୍, ପଙ୍କଜଙ୍କୁ ଉତ୍ତରାଞ୍ଚଳ ରେଞ୍ଜ ଡିଆଇଜି ଦାୟିତ୍ବ
ଭୁବନେଶ୍ୱର:-ଆଇପିଏସ୍ ହିମାଂଶୁ ଲାଲ୍ ପୁଣି ଡେପୁଟେସନ୍ରେ ନୂଆଦିଲ୍ଲୀ ଯାଇଛନ୍ତି । ସେ ଯିବା ପରେ ଏସ୍ଟିଏଫ୍ ଡିଆଇଜି ଜେ.ଏନ୍ ପଙ୍କଜଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ଲାଲ୍ ନୂଆଦିଲ୍ଲୀ ଯିବା ପରେ ‘ର’ ରେ କାମ କରିବେ ବୋଲି ଜଣାପଡ଼ିଛି ।
ହିମାଂଶୁ ଲାଲ୍ ହେଉଛନ୍ତି ୨୦୦୩ ବ୍ୟାଚ୍ର ଆଇପିଏସ୍ ଅଫିସ୍ର । ସେ କମିଶନରେଟ୍ ପୁଲିସ୍ ଭୁବନେଶ୍ୱରର ଡିସିପି ଭାବେ ସଫଳତାର ସହ କାମ କରିଥିଲେ । ୨୦୧୧ ସେପ୍ଟେମ୍ବରରେ ତାଙ୍କର ଡିସିପି ପଦରୁ ବଦଳି ହୋଇଥିଲା । କିଛିଦିନ ପରେ ସେ ଡେପୁଟେସନ୍ରେ ନୂଆଦିଲ୍ଲୀ ଯାଇଥିଲେ । ୭ ବର୍ଷ ସେଠାରେ ରହିବା ପରେ ୨୦୧୮ରେ ପୁଣି ଓଡ଼ିଶା ଫେରିଥିଲେ । କିଛି ଦିନ ପରେ ରାଜ୍ୟ ସରକାର ତାଙ୍କୁ ଏସ୍ଟିଏଫ୍ ଡିଆଇଜି ଭାବେ ଦାୟିତ୍ୱ ଦେଇଥିଲେ ।
ଗ୍ୟାଙ୍ଗଷ୍ଟର ଟିଟୋକୁ ଗିରଫ କରି ଶ୍ରୀ ଲାଲ୍ ପୁଣି ଚର୍ଚ୍ଚାକୁ ଆସିଥିଲେ । ପରେ ତାଙ୍କୁ ସ୍ପେଶାଲ୍ ଆର୍ମ ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା । ୨୦୧୯ ଅଗଷ୍ଟ ମାସରେ ସେ ଉତ୍ତରାଞ୍ଚଳ ଡିଆଇଜି ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । କେନ୍ଦ୍ରରୁ ଅନୁମତି ମିଳିବା ପରେ ପୁଣି ଥରେ ଡେପୁଟେସନ୍ରେ ନୂଆଦିଲ୍ଲୀ ଯାଇଛନ୍ତି ଶ୍ରୀ ଲାଲ୍ ।