ପାହାନ୍ତିଆରେ ଶ୍ରୀଜିଉଙ୍କ ପହଣ୍ଡି, ରାତି ୧ରୁ ଆରମ୍ଭ ହେବ ସ୍ନାନଯାତ୍ରା ପ୍ରକ୍ରିୟା,

ଭୁବନେଶ୍ୱର:-ଆଜି ରାତିରେ ହେବ ଶ୍ରୀଜୀଉଙ୍କ ସ୍ନାନ ପହଣ୍ଡି । ରାତି ଗୋଟାଏରୁ ଭୋର ୪ଟା ପର୍ଯ୍ୟନ୍ତ ଧାଡି ପହଣ୍ଡିରେ ସ୍ନାନ ବେଦୀକୁ ଆସିବେ ତିନି ଠାକୁର । ହେଲେ ମହାପ୍ରଭୁଙ୍କ ଏହି ପହଣ୍ଡି ନୀତିକୁ କେହି ଦେଖିପାରିବେ ନାହିଁ । ଗୁପ୍ତ ଭାବରେ ଶ୍ରୀଜୀଉଙ୍କ ସ୍ନାନ ପହଣ୍ଡି ନୀତି ସମ୍ପନ୍ନ କରାଯିବ । କାଲି ସକାଳେ ମିଳିବ ଶ୍ରୀଜୀଉଙ୍କ ଦର୍ଶନ । କାଲି ସକାଳ ୬ଟାରୁ ଶ୍ରୀଜୀଉ ସ୍ନାନ ମଣ୍ଡପରେ ଥିବା ବେଳେ ଟିଭିରେ ପ୍ରସାରିତ ହେବ । କରୋନା କଟକଣା ଯୋଗୁଁ ଭକ୍ତମାନେ ସ୍ନାନ ଯାତ୍ରାରେ ସାମିଲ ହୋଇପାରିବେ ନାହିଁ । ଆସନ୍ତାକାଲି ସକାଳ ୫ଟାରୁ କନକ ନ୍ୟୁଜରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରାର ସିଧାପ୍ରସାରଣ ଦେଖିପାରିବେ ।

ଜଗନ୍ନାଥଙ୍କ ‘ଗୁପ୍ତ’ ପହଣ୍ଡି! ସ୍ନାନ ପହଣ୍ଡି ଦର୍ଶନରୁ ବଂଚିତ ହେବେ ଭକ୍ତ । ରାତି ଗୋଟାଏରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ସ୍ନାନ ପହଣ୍ଡି । ଭୋର ୪ଟା ପର୍ଯ୍ୟନ୍ତ ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ଆସିବେ ତିନି ଠାକୁର । ହେଲେ ଶ୍ରୀଜଗନ୍ନାଥଙ୍କ ଏହି ଅଲୌକିକ ଦୃଶ୍ୟ ଦେଖିବାରୁ ବଂଚିତ ହେବେ ଭକ୍ତ । କାରଣ ଏହାକୁ ଟିଭିରେ ସିଧା ପ୍ରସାରଣ ନକରିବାକୁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜିଉମାନେ ସ୍ନାନମଣ୍ଡପକୁ ଆସିଯିବା ପରେ ଶୁକ୍ରବାର ସକାଳ ୬ଟାରୁ ଏହାର ସିଧା ପ୍ରସାରଣ କରାଯିବ । ଟିଭି ଓ ୱେବ ଚ୍ୟାନେଲରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।ତେବେ ଏବେ ପ୍ରଶ୍ନ ଉଠୁଛି, କାହିଁକି ସ୍ନାନ ପହଣ୍ଡିର ହେବନି ସିଧା ପ୍ରସାରଣ ? ପହଣ୍ଡି ବେଳେ ସାମାଜିକ ଦୂରତା ରଖିବାକୁ ଅସମର୍ଥ ହେଲା କି ପ୍ରଶାସନ ? କରୋନା କଟକଣା ଯୋଗୁଁ ବିନା ଭକ୍ତରେ ସ୍ନାନଯାତ୍ରା ହେବାକୁ ଯାଉଥିବା ବେଳେ କେବଳ ଟିଭି ଓ ଇଂଟରନେଟରେ ସ୍ନାନଯାତ୍ରା ନୀତି ଦେଖିପାରିବେ ଶ୍ରଦ୍ଧାଳୁ । ତେବେ କୌଣସି ଟିଭି ଚ୍ୟାନେଲ ନିଜ ଉଦ୍ୟମରେ ଏହି ପ୍ରସାରଣ କରିପାରିବେ ନାହିଁ । ଟିଭି ଚ୍ୟାନେଲଗୁଡିକ ସୂଚନା ଓ ଲୋକସଂପର୍କ ବିଭାଗ ଠାରୁ ଫିଡ୍ ନେଇ ପ୍ରସାରଣ କରିବେ । ତେବେ ଶ୍ରୀଜିଉଙ୍କ ପହଣ୍ଡିର ସିଧା ପ୍ରସାରଣ ନକରିବାକୁ ନିଷ୍ପତି ନିଆଯାଇଛି । ପ୍ରଥମେ ରାତିରେ ପହଣ୍ଡି ପାଇଁ ନିଷ୍ପତି, ଏବେ ଏହାର ସିଧା ପ୍ରସାରଣ ନ କରିବା ନିଷ୍ପତି ଯୋଗୁଁ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *