ଚାକିରୀ ଦେବାକୁ ଡାକି ଅଫିସ ଚାମ୍ବରରେ ଆଇଏଏସ ଅଫିସର କଲେ ଦୁଷ୍କର୍ମ
ରାୟପୁର,:-ଛତିଶଗଡରେ ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ ଜନୈକ ମହିଳା ଦୁଷ୍କର୍ମ ସହ ଅଶ୍ଲୀଳ ମେସେଜ୍ କରିଥିବା ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି । ବୁଧବାର ବିଳମ୍ବିତ ରାତ୍ରରେ ଜାଞ୍ଜଗୀର ଚାମ୍ପା ପୋଲିସ ଏହି ଆଇଏଏସ ଅଧିକାରୀଙ୍କ ବିରୋଧରେ ଭିନ୍ନ ଭିନ୍ନ ଧାରାରେ ଏଫଆଇଆର ରୁଜୁ କରିଛି ।
ଏହି ଆଇଏଏସ ଅଧିକାରୀଜଣଙ୍କ ହେଉଛନ୍ତି ଜେପି ପାଠକ । ସେ ଜିଲ୍ଲାପାଳ ଭାବେ ଦାୟିତ୍ୱ ସମ୍ବାଦନ କରିଥିଲେ । ତେବେ ତାଙ୍କର ବଦଳି ହେବାର ଗୋଟିଏ ଦିନ ପରେ ଏହି ଅଭିଯୋଗ ଆସିଛି ।
ମହିଳାଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଜାଞ୍ଜଗୀର ଚାମ୍ପାର ପୂର୍ବତନ ଜିଲ୍ଲାପାଳ ଜେପି ପାଠକ ଚାକିରୀ ଦେବା ନାଁରେ ନିଜ କାର୍ଯ୍ୟାଳୟରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହି କଥା କାହାକୁ କହିଲେ ଜିଲ୍ଲାପାଳ ତାଙ୍କ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ଏପରିକି ସେ ତାଙ୍କୁ ବାରମ୍ବାର ଧମକ ଦେଇ ଶାରୀରିକ ଶୋଷଣ ମଧ୍ୟ କରିଥିଲେ ।
ଏହି ମାମଲାରେ ମହିଳାଜଣଙ୍କ ନ୍ୟାୟ ଦାବି କରିଛନ୍ତି । ସେ ଏନେଇ ବୁଧବାର ଦ୍ୱିପ୍ରହରରେ ଜାଞ୍ଜଗୀର ଚାମ୍ପା ଏସପିଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଏପରିକି ସେ ପ୍ରମାଣ ସ୍ୱରୂପ ଅଶ୍ଲୀଳ ମେସେଜ୍ ମଧ୍ୟ ଦେଖାଇଛନ୍ତି ।
ଜିଲ୍ଲା ପୋଲିସ ଧାରା ୨୭୬, ୫୦୬ ଓ ୫୦୯ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।










