ଆଗାମୀ ୨୫ ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ,ମୌସୁମୀ ମଧ୍ୟ ଆସୁଛି ଆମକୁ ଅଧିକ ସତର୍କ ରହିବାକୁ ହେବ

ଭୁବନେଶ୍ୱର:-କରୋନା ସଚେତନତା ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଦେଇ ନବୀନ କହିଛନ୍ତି ଯେ ଗତ ୨ମାସରୁ ଅଧିକ ସମୟ ହେବ ଆମେମାନେ ଲକଡାଉନରେ ରହିଆସିଛନ୍ତି । ଏହି ଲଢେଇ ଲମ୍ବା ଲଢେଇ । ଏନେଇ ମୁଁ ବାରମ୍ବାର ସଚେତନ କରିଆସିଛି । ଯେହେତୁ କରୋନାର ମେଡିସିନ୍ ଏପର୍ଯ୍ୟନ୍ତ ଆସିନି ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ । ଆଗକୁ ମୌସୁମୀ ମଧ୍ୟ ଆସୁଛି ତେଣୁ ଆମକୁ ଅଧିକ ସତର୍କ ରହିବାକୁ ହେବ ବୋଲି ନବୀନ କହିଛନ୍ତି ।

ସେ ଆଗକୁ କହିଛନ୍ତି ଯେ ଲକଡାଉନ୍ କୋହଳ ହେଲା ମାନେ ଭାବନ୍ତୁନି ଯେ କରୋନା ଚାଲିଗଲା । ଜୁନ ମାସ ଆମ ସମସ୍ତଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ୫ଲକ୍ଷ ଓଡ଼ିଆ ଭାଇ ଭଉଣୀ ଘରକୁ ଫେରୁଛନ୍ତି । ସେମାନେ ଫେରିବା ଦ୍ୱାରା ପଡ଼ିବାକୁ ଥିବା ପ୍ରଭାବ ୧୫ରୁ ୨୦ ଦିନରେ କମିଯିବ । ସେହିଭଳି ଜୁନ ୧୦ରୁ ମୌସୁମୀ ଆସିବାର ସୂଚନା ମିଳୁଛି ।  ମୌସୁମୀ ଆସିଲେ ଥଣ୍ଡା, କାଶ, ଜ୍ୱର ଦେଖାଦେଇପାରେ ତେଣୁ ଏନେଇ ସତର୍କ ରହିବାକୁ ପଡ଼ିବ । ଆସନ୍ତା ୨୫ ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଜୁନ୍ ମାସ ହିଁ ଆମପାଇଁ ନିର୍ଣ୍ଣାୟକ ହେବ । ଦେଶରେ ବଢ଼ୁଥିବା ସଂକ୍ରମଣ ଆମ ପାଇଁ ବଡ଼ ଆହ୍ୱାନ ।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସାଢେ ୪ କୋଟି ଭାଇ ଭଉଣୀଙ୍କ ସୁରକ୍ଷା ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଜରୁରୀ କାମ ନଥିଲେ ବାହାରକୁ ବାହାରନ୍ତୁନାହିଁ । ଏଥିପାଇଁ ସଟଡାଉନ୍ କରାହେଉଛି । ସପ୍ତାହକୁ ୨ ଦିନ ଶନିବାର ଓ ରବିବାର ଏବଂ ମାସକୁ ୮ ଦିନ ସଟଡାଉନ୍ କରାହେବ । ଏହି ଦିନମାନଙ୍କରେ ଆମେମାନେ ସମସ୍ତେ ଘରେ ରହିବା । ବାହାରକୁ ଯିବା ନାହିଁ । ଏହା ଦ୍ୱାରା ସଂକ୍ରମଣ କରିପାରିବ ବୋଲି ନବୀନ କହିଛନ୍ତି ।

Leave a Reply

Your email address will not be published. Required fields are marked *