ଟିକଟକ୍‌ ପ୍ରେମ ପଡ଼ିଲା ମହଙ୍ଗା,ଶାରୀରିକ ସମ୍ପର୍କ ପରେ ପ୍ରେମିକ ଦେଲେ ଧୋକା

ବାଲେଶ୍ବର:-ଟିକଟକ୍‌ରୁ ଲଭ୍ ଆଉ ଲଭ୍‌ରୁ ସେକ୍ସ। ଏମିତି ଚାରି ମାସ ଶାରିରୀକ ସଂପର୍କ ରଖିବା ପରେ ପ୍ରକୃତ ଘଟଣାର ପର୍ଦ୍ଦାଫାଶ କରିଛି ବାଲେଶ୍ବର ଜିଲ୍ଲା ପୋଲିସ।ଟିକ୍‌ଟକ୍‌ରେ ଓଡ଼ିଆ ଯୁବକଙ୍କ ପ୍ରେମରେ ପଡିଥିଲେ ବେଙ୍ଗାଲୁରୁର ଯୁବତୀ। ଯୁବତୀଙ୍କୁ ଘାରି ଥିଲା ପ୍ରେମ ନିଶା। ପ୍ରେମର ମିଛ ଆଶା, ଭରସା ଦେଇଥିବା ଯୁବକଙ୍କ ପ୍ରେମକୁ ଅନ୍ଧଭଳି ବିଶ୍ବାସ କରି ସୂଦୂର ବେଙ୍ଗାଲୁରୁରୁ ଆସି ବାଲେଶ୍ବରରେ ପହଁଞ୍ଚିଥିଲେ ଯୁବତୀ। ଏହା ପରେ ପଦାରେ ପଡ଼ି ଯାଇଥିଲା ଟିକ୍‌ଟକ ଯୁବକଙ୍କ ଅସଲ ଚେହେରା।

ମିଳିଥିବା ସୂଚନା ଅନୁସାରେ, ଉକ୍ତ ଯୁବତୀ ନିଜର ଜଣେ ସାଙ୍ଗଙ୍କୁ ଧରି ବାଲେଶ୍ବରରେ ପହଁଞ୍ଚିଥିଲେ। ବାଲେଶ୍ବରରେ ପହଁଞ୍ଚିବା ପରେ ଧରା ପଡ଼ିଥିଲା ଓଡ଼ିଆ ଯୁବକଙ୍କ କୀର୍ତ୍ତି କାରନାମା। ପ୍ରକୃତ କଥା ହେଲା, ବେଙ୍ଗାଲୁଲୁର ଯୁବତୀ ଯାହାଙ୍କ ପ୍ରେମକୁ ବିଶ୍ବାସ କରି ବାଲେଶ୍ବରରେ ପହଁଞ୍ଚିଥିଲେ, ସେହି ଯୁବକ ପୂର୍ବରୁ ବିବାହ କରି ସାରିଛନ୍ତି ଏବଂ ତାଙ୍କର ସନ୍ତାନ ମଧ୍ୟ ଅଛି। ଏହି ଘଟଣା ସଂପର୍କରେ ଯୁବକଙ୍କ ପତ୍ନୀ ଜାଣିବା ପରେ ପୋଲିସ୍‌ରେ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ୨ ଯୁବତୀଙ୍କୁ ଉଦ୍ଧାର କରି  ବାଲେଶ୍ବର ସହରର ନାରୀ ସଂଘରେ ରଖିଥିଲେ।

ନାରୀ ସଂଘର ସାମ୍ପାଦିକା କହିଛନ୍ତି ଯେ, ଝିଅମାନଙ୍କୁ ପ୍ରେମ ଜାଲରେ ଫସାଇ ଏହି ଯୁବକ ସେକ୍ସ ରାକେଟ୍ ଚଳାଉଛି। ତେବେ ଲକଡାଉନ୍‌ ପୂର୍ବରୁ ଫସି ରହିଥିବା ବେଙ୍ଗାଲୁରୁର ୨ ଯୁବତୀ ବାଲେଶ୍ବର ନାରୀ ସଂଘରେ ଥିଲେ । ତେବେ ସେମାନଙ୍କ ପରିବାର ଲୋକେ ଗୁରୁବାର ବାଲେଶ୍ବରରେ ପହିଁଞ୍ଚିଥିଲେ। ପରିବାର ଲୋକଙ୍କ ସାଙ୍ଗରେ ଏହି ୨ ଯୁବତୀ ନିଜ ଘରକୁ ଫେରି ଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *