ରମାଦେବୀରେ ଛାତ୍ରୀ ଅଶାନ୍ତି, ଗେଟ୍‌ରେ ପକାଇଲେ ତାଲା

ଭୁବନେଶ୍ବର:-ରମାଦେବୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି ଦେଖାଦେଇଛି । କରୋନା ସଙ୍କଟ ସମୟରେ ପରୀକ୍ଷା କରାଯିବା ନିଷ୍ପତ୍ତିକୁ ଛାତ୍ରୀମାନେ ବିରୋଧ କରିଛନ୍ତି । ବିରୋଧ କରିବାକୁ ନେଇ ମହାବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି ।ବିଶ୍ବବିଦ୍ୟାଳୟର ୟୁଜି ଏବଂ ପିଜି ପରୀକ୍ଷା ନେଇ ନୋଟିସ୍ ବାହାରିବା ପରେ ଛାତ୍ରୀମାନେ ଏହାକୁ ବିରୋଧ କରିଛନ୍ତି । ପରୀକ୍ଷା ଘୁଞ୍ଚାଇବା ସହ ଅନଲାଇନ୍‌ରେ ପରୀକ୍ଷା କରିବାକୁ କୁଳପତିଙ୍କ ସହ ଛାତ୍ରୀମାନେ ଆଲୋଚନା କରିଥିଲେ । ଆଲୋଚନା ବିଫଳ ହୋଇଥିବା ଜଣାପଡିଛି । ଫଳରେ ଛାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।ବିଶ୍ବବିଦ୍ୟାଳୟ ଫାଟକରେ ଛାତ୍ରୀମାନେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *