ପ୍ଲେ-ଷ୍ଟୋରରୁ ହଟିଲା Mitron ଆପ୍: ଟିକଟକ୍କୁ ଦେଉଥିଲା ଟକ୍କର
ଭୁବନେଶ୍ୱର:-ଭାରତୀୟ ଆପ୍ Mitronକୁ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି । କୁହାଯାଉଛି ଗୁଗଲ ‘ସ୍ପାମ୍ ଓ ମିନିମମ୍ ଫଙ୍କ୍ସନାଲିଟି’ ପଲିସିର ଉଲ୍ଲଙ୍ଘନ କରିବା କାରଣରୁ ଏହାକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି । କିଛି ସମୟ ପୂର୍ବରୁ ରିପୋର୍ଟ୍ସ ଆସିଥିଲା କି ଏହି ଆପଟି ଜଣେ ପାକିସ୍ତାନୀ ଡେଭଲପର ଦ୍ୱାରା ପ୍ରସ୍ତୁତ ହୋଇଥିବା ଆପ୍ ରିବ୍ରାଣ୍ଡେଡ୍ ଭର୍ସନ । କହିରଖୁଛୁ କିଛି ସମୟ ଧରି ଲଗାତର ଏହି ଆପ୍ ପପୁଲାର୍ ହେବାରେ ଲାଗିଥିଲା କିନ୍ତୁ ଏହି ତର୍କ ଏବେ ବି ଚାଲିଛି କି ଏହା ଭାରତର ଆପ୍ କି ନା ..
ଗୁଗଲ ପଲିସି ବିରୁଦ୍ଧ ଏହି Mitron ଆପ୍
ଗୁଗଲର ଏହି ପିଲିସରେ କୁହାଯାଇଛି ଯେ କିଛି ପରିବର୍ତ୍ତନ ନକରି କିମ୍ବା ସେଥିରେ କିଛି ଯୋଗ ଆପ୍ସ ପ୍ରସ୍ତୁତ କରିବା ନୀତି ବିରୁଦ୍ଧ ଅଟେ। ପଲିସି ଅନୁସାରେ କପି ପେଷ୍ଟ ଆପ୍- ଅର୍ଥାତ୍ ଏଭଳି ଆପ୍ସ ଯେଉଁଥିରେ ଅନ୍ୟ ଆପ୍ସ ସହିତ ପୁରା ମେଳ ଖାଉଥିବା ଏବଂ ତାର କୋଡରେ କୌଣସି ପରିବର୍ତ୍ତନ ହୋଇନଥିବ ତେବେ କମ୍ପାନୀ ତାକୁ ହଟାଇଦେବ । କିନ୍ତୁ ପ୍ରଶ୍ନ ଏହା ଯେ ବହୁତ ସମୟରୁ ଗୁଗଲ ପ୍ଲେ ଷ୍ଟୋରରେ ଅଛି ତେବେ କମ୍ପାନୀ ଏହି ପଦକ୍ଷେପ କାହିଁକି ଉଠାଇଲାନି ।
ଅଭିଯୋଗ ହୋଇଛି ଯେ ଏହି ଆପର ମାଲିକ ତଥା ଆଇଆଇଟି ଛାତ୍ର ଶିବାଙ୍କ ଅଗ୍ରୱାଲ ପାକିସ୍ତାନର Qboxus କମ୍ପାନୀରୁ ଏହି ଉତ୍ସ କିଣି ଏହାକୁ ପୁଣି ରିବ୍ରାଣ୍ଡ କରି ଭାରତରେ ଲଞ୍ଚ କରିଥିଲେ। ଉନ୍ମୋଚନ ପୂର୍ବରୁ, ସେମାନେ ଏହାର କୋଡିଂରେ କୌଣସି ପରିବର୍ତ୍ତନ କରିନାହାଁନ୍ତି କିମ୍ବା ଗୋପନୀୟତା ନୀତି ପରିବର୍ତ୍ତନ କରିନାହାଁନ୍ତି |










