ଗର୍ଭବତୀ ହାତୀର ହତ୍ୟାକାରୀ ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିଙ୍କୁ ମିଳିବ ୧ ଲକ୍ଷ ଟଙ୍କା, ଘୋଷଣା କଲା Wildlife SOS

ମଲ୍ଲପୁରମ:-ସପୁରୀ ଭିତରେ ବିସ୍ଫୋରକ ଭର୍ତ୍ତି କରି ଗର୍ଭବତୀ ହାତୀକୁ ଖୁଆଇବା ଘଟଣା ଏବେ ସାରା ଦେଶରେ ଆରମ୍ଭ ହୋଇଛି ବିରୋଧ। ଏବେ ଏନେଇ ଓ୍ବାଇଲ୍ଡ ଲାଇଫ୍ ଏସଓଏସ୍ ଏହାକୁ ବିରୋଧ କରି ଅପରାଧୀକୁ ଧରିବା ପାଇଁ ପୁରସ୍କାର ଘୋଷଣା କରିଛି। ବିସ୍ଫୋରକ ମିଶ ଫଳ ଖାଇ ଗର୍ଭବତୀ ହାତୀଟିର ମୃତ୍ୟୁ ପରେ ପ୍ରକୃତ ଦୋଷୀ ସମ୍ପର୍କରେ ଯିଏ ସୂଚନାକୁ ଦେଇ ଏବେ ତାକୁ ୧ ଲକ୍ଷ ଟଙ୍କାର ପୁରସ୍କାର ମିଳିବ।

ଏନେଇ ସଂସ୍ଥା ପକ୍ଷରୁ ଏକ ନମ୍ବର ଜାରି କରାଯାଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି, ଯଦି ହାତୀଙ୍କୁ ବଞ୍ଚାଇବାର ଅଭିଯାନ ସହ ଆପଣ ଯୋଡି ହେବାକୁ ଚାହାନ୍ତି ତେବେ ଏଲିଫ୍ୟାଣ୍ଟ ହେଲପଲାଇନ୍ ନମ୍ବର +91-9971699727 କଲ୍ କରନ୍ତୁ କିମ୍ବା info@wildlifesos.org  ରେ ମେଲ୍ କରନ୍ତୁ। ଗର୍ଭବତୀ ହାତୀର ମୃତ୍ୟୁ ମାମଲାରେ ଏଚଏସ୍ଆଇ ଇଣ୍ଡିଆ ଘୋଷଣା କରିଛି ଯେ, କେହି ଯଦି ହାତୀର ହତ୍ୟାକାରୀକୁ ଚିହ୍ନ କରିବାରେ ସାହାଯ୍ୟ କରିବ। ତାଙ୍କୁ ୫୦,୦୦୦ ଟଙ୍କାର ପୁରସ୍କାର ଦିଆଯିବ। କମ୍ପାନୀ ପକ୍ଷରୁ କୁହାଯାଇଛି ‘ମଣିଷ ଓ ବନ୍ୟ ଜନ୍ତୁ ସମୁଦାୟ’ ଭିତରେ ଯୁଦ୍ଧର ପ୍ରଭାବକୁ ଆମେ ବୁଝୁଛୁ। ଆମେ ଏହି ଦୁଃଖଦ ଘଟଣା ଉପରେ ଶୋକ ବ୍ୟକ୍ତ କରୁଛି ଓ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ।

ଉଲ୍ଲେଖନୀୟ ଯେ, ଗର୍ଭବତୀ ହାତୀଟି ଖାଦ୍ୟ ଖାଇବା ସନ୍ଧାନରେ ଗତ ୨୫ ମଇରେ ଜଙ୍ଗଲ ପାଖରେ ଥିବା ଏକ ଗାଁକୁ ଚାଲିଯାଇଥିଲା। ଗର୍ଭବତୀ ହୋଇଥିବା କାରଣରୁ ତାକୁ ନିଜର ସନ୍ତାନ ପାଇଁ ମଧ୍ୟ ଖାଦ୍ୟର ଦରକାର ଥିଲା। ଏହି ସମୟରେ କିଛି ଲୋକ ହାତୀଟିକୁ ବିସ୍ଫୋରକ ଓ ବାଣ ଭର୍ତ୍ତି ସପୁରି ଖାଇବାକୁ ଦେଇଥିଲେ। ହାତୀଟି ଯେତେବେଳେ ଏହା ଖାଇଦେଇଥିଲା ପାଟି ଭିତରେ ବିସ୍ଫୋରଣ ହୋଇଥିଲା।  କଷ୍ଟରେ ଛଟପଟ ହେଉଥିବା ହାତୀଟି ଭେଲିୟାର ନଦୀ ଭିତରକୁ ଯାଇ ପାଣିରେ ଠିଆ ହୋଇଥିଲା। ନିଜର କଷ୍ଟ କମ୍ କରିବା ପାଇଁ ସେ ବାରମ୍ବାର ପାଣି ପିଉଥିଲା।ହାତୀଟି ଯନ୍ତ୍ରଣାରେ ଏତେ ଛଟପଟ ହେଉଥିଲା ଯେ ସେ ତିନି ଦିନ ପର୍ଯ୍ୟନ୍ତ ସୁଣ୍ଢ ପାଣିରେ ପକାଇ ଠିଆ ହୋଇଥିଲା। ଶେଷରେ ଜୀବନ ଯୁଦ୍ଧ ହାରିଗଲା ଓ ତା’ର ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *