ଭୁବନେଶ୍ୱରରୁ ଆଉ ୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର:  ଭୁବନେଶ୍ୱରରୁ ଆଉ ୪ କରୋନା ପଜିଟିଭ ଚିହ୍ନଟ। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଏହି ୪ଜଣ ଭୁବନେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳର ବୋଲି ଜଣାପଡିଛି । ଏମାନଙ୍କ ଭିତରୁ ଜଣେ ପଜିଟିଭ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ଅନ୍ୟ ୩ଟି ଲୋକାଲ କେସ୍‌ ବୋଲି ବିଏମସି ପକ୍ଷରୁ ଟ୍ଵିଟ ଯୋଗେ ସୂଚନା ଦିଆଯାଇଛି।ଏହାସହ ଜଣେ ଆକ୍ରାନ୍ତ ଆଇଗଣିଆ ଅଞ୍ଚଳ ହୋଇଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ୱର ଏମ୍‌ସର କର୍ମଚାରୀ ବୋଲି ଜଣାପଡ଼ିଛି। ଅନ୍ୟ ଜଣେ ଡୁମୁଡୁମା ଅଞ୍ଚଳର। ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ନେଇ ବିଏମସି ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *