ଲାଇଭ ଭିଡିଓ କରି ବିଷ ପିଇ ଆତ୍ମହତ୍ୟା କଲେ ୨୯ ବର୍ଷୀୟା ଟେଲି ଅଭିନେତ୍ରୀ

ନୂଆଦିଲ୍ଳୀ:- କନ୍ନଡ ଭାଷା ଟିଭି ସିରିଏଲରେ କାମ କରୁଥିବା ଅଭିନେତା ଚନ୍ଦନା ଆତ୍ମହତ୍ୟା କରିଛନ୍ତି। ବିଷ ପିଇ ଲାଇଭ ଭିଡିଓ ରେକର୍ଡିଂ କରି ଆତ୍ମହତ୍ୟା କରିଥିବା ଖବର ଟେଳି ଜଗତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଚନ୍ଦନାଙ୍କ ମୃତ୍ୟ ପରେ ତାଙ୍କ ପ୍ରେମିକ ଦିନେଶଙ୍କ ଉପରେ ଅନେକ ସମ୍ବେଦନଶୀଳ ଅଭିଯୋଗ ଲାଗିଥିଲା। ଆତ୍ମହତ୍ୟା ପୂର୍ବରୁ ୨୯ ବର୍ଷୀୟା ଚନ୍ଦନା ଭିଡିଓରେ କହିଛନ୍ତି ଯେ ତାଙ୍କ ପ୍ରେମିକା ଦୀନେଶ ତାଙ୍କୁ ପ୍ରତାରଣା କରିଛନ୍ତି ଏବଂ ବିବାହିତ ବୋଲି ଦର୍ଶାଇ ଶାରୀରିକ ତଥା ଆର୍ଥିକ ଶୋଷଣ କରିଛନ୍ତି। ୨୦୨୦ ମଇ ୨୮ରେ ଚନ୍ଦନା ଆତ୍ମହତ୍ୟା କରିଥିଲେ, କିନ୍ତୁ ଏହି ଖବର ସୋମବାର ଜୁନ୍ ୧ ରେ ସାମ୍ନାକୁ ଆସିଥିଲା। ଚନ୍ଦନା ବେଙ୍ଗାଲୁରୁସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ ରେକର୍ଡ କରିଥିଲେ।

, ଗତ ୫ ବର୍ଷ ଧରି ଚନ୍ଦନା ଏବଂ ଦୀନେଶଙ୍କର ପ୍ରେମ ସମ୍ପର୍କ ଥିଲା। ସେ ଆତ୍ମହତ୍ୟା ପାଇଁ ଦୀନେଶଙ୍କୁ ଦାୟୀ କରି କହିଛନ୍ତି ଯେ ତାଙ୍କ ପ୍ରେମିକା ଋଣ ନେଇଛନ୍ତି ଏବଂ ତାଙ୍କୁ କିଛି ମାସ ହେବ ଅବହେଳା କରୁଛନ୍ତି। ଦୀନେଶ ଅନ୍ୟ ଝିଅମାନଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ଚନ୍ଦନା ଅଭିଯୋଗ କରିଛନ୍ତି ଯେ ଦୀନେଶ ତାଙ୍କୁ ବିବାହ କରିଥିବା ଦର୍ଶାଇ ଗର୍ଭବତୀ କରାଇଥିଲେ ଏବଂ ତାଙ୍କଠାରୁ ୫ ଲକ୍ଷ ଟଙ୍କା କରଜ ନେଇଥିଲେ। ପରେ ଦୀନେଶ ବିବାହ କରିବାକୁ ମନା କରିଦେଇଥିଲେ।ଦୀନେଶଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଚନ୍ଦନାଙ୍କ ପରିବାର ଲୋକ ଜାଣିଥିଲେ। ଚନ୍ଦନା ଅଭିଯୋଗ କରିଛନ୍ତି ଯେ ଯେତେବେଳେ ତାଙ୍କ ପରିବାର ଦୀନେଶଙ୍କ ଘରକୁ ବିବାହ ବିଷୟରେ କଥାବାର୍ତ୍ତା କରିବାକୁ ଯାଇଥିଲେ, ସେତେବେଳେ ତାଙ୍କୁ ସେଠାରେ ଅସମ୍ମାନ କରାଯାଇଥିଲା ଏବଂ କହିଥିଲେ ଯେ ଦୀନେଶ ଚନ୍ଦନାଙ୍କୁ ନୁହେଁ ବରଂ ଅନ୍ୟ ଝିଅକୁ ବିବାହ କରିବେ। ଖବର ଅନୁଯାୟୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଦୀନେଶ ଚନ୍ଦନାଙ୍କୁ ଡାକ୍ତରଖାନା ନେଇଥିଲେ କିନ୍ତୁ ଚିକିତ୍ସା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଚନ୍ଦନାଙ୍କର ସେଠାରେ ମୃତ୍ୟୁ ହେବା ପରେ ସେ ସେଠାରୁ ଫେରାର ହୋଇଯାଇଛନ୍ତି। ପୋଲିସ ଦୀନେଶ ଏବଂ ତାଙ୍କ ପରିବାର ବିରୋଧରେ ମାମଲା ରୁଜୁ କରି କରି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *