ଲାଞ୍ଚ ନେଇ ଧରାପଡ଼ିଲେ ବାଲିଅନ୍ତା ତହସିଲଦାର ଓ ଡାଟା ଏଣ୍ଟ୍ରି ଅପରେଟର, ଜମି କିସମ ବଦଳାଇବାକୁ ନେଉଥିଲେ ଲକ୍ଷେ ୨୦ ହଜାର

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଗିରଫ କରିଛି। ଏହି ଘଟଣାରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଧନେଶ୍ୱର ସାହୁଙ୍କୁ ମଧ୍ୟ ଗିରଫ କରାଯାଇଛି।

ଜମିଜମା ମାମଲା ପାଇଁ ଅଫିସ୍‌ଠୁ କିଛି ଦୂରରେ ଧନେଶ୍ୱର ଆଜି ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସୂଚନା ପାଇ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଏହି ମାମଲାରେ ତହସିଲଦାର ରଶ୍ମୀରେଖାଙ୍କ ସମ୍ପୃକ୍ତି ଅଭିଯୋଗରେ ଭିଜିଲାନ୍ସ ତହସିଲଦାରଙ୍କୁ ଗିରଫ କରିବା ସହ ଧନେଶ୍ୱରଙ୍କୁ ମଧ୍ୟ ଗିରଫ କରିଛି। ଏତଦ୍‌ବ୍ୟତୀତ ତହସିଲଦାରଙ୍କ ଘରେ ରେଡ୍‌ ଚାଲିଥିବା ସୂଚନା ମିଳିଛି।

ଲାଞ୍ଚ ଘଟଣାକୁ ନେଇ ତହସିଲଦାର ରଶ୍ମୀରେଖା କହିଛନ୍ତି, ‘ଏ ବିଷୟରେ ମୁଁ କିଛି ଜାଣିନାହିଁ। ସେ ଲୋକ କିଏ ମୁଁ ତାକୁ ବି ଚିହ୍ନିନାହିଁ। ଏପରିକି ତାକୁ ଦେଖିଲେ ବି ମୁଁ ଜାଣିପାରିବି ନାହିଁ।’

ଅନ୍ୟପକ୍ଷରେ ଡାଟା ଏଣ୍ଟ୍ରି ଅପରେଟର୍‌ କହିଛନ୍ତି, ‘ଜମିଜମା ମାମଲା ପାଇଁ ସମ୍ପୃକ୍ତ ବ୍ୟକ୍ତି ଜଣକ ଜୋର ଜବରଦସ୍ତି ଆସି ଟଙ୍କା ଦେଇଥିଲେ।’

Leave a Reply

Your email address will not be published. Required fields are marked *