ଜୁନ୍‌ ୩୦ ଯାଏଁ ବଢିଲା ଲକ୍‌ଡାଉନ୍, ଜୁନ ୮ରୁ ଖୋଲିବ ହୋଟେଲ, ସପିଂ ମଲ୍

ନୂଆଦିଲ୍ଲୀ – ଲକ୍‌ଡାଉନ୍‌ ୫ ପାଇଁ ନିର୍ଦେଶ ଜାରି କଲେ କେନ୍ଦ୍ର ଗୃହମନ୍ତ୍ରାଳୟ । ଜୁନ୍‌ ୮ରୁ ଖୋଲିବ ରେଷ୍ଟୁରାଣ୍ଟ , ଧର୍ମାନୁଷ୍ଠାନ । ମଲ୍‌ ଖୋଲିବ । ସ୍କୁଲ୍‌ ଖୋଲିବ । ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଜାରି ।

କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ବାହାରେ ସମସ୍ତ କାର୍ଯ୍ୟକୁ ଅନୁମତି ଦିଆଯିବ । କଣ୍ଟେନ୍‌ମେଣ୍ଟ ଜୋନ୍‌ରେ କେତକ କଟକଣା ରହିବ । ଏଠାରେ ଏସ୍‌ଓପିକୁ ପାଳନ କରାଯିବ ।

ଧାର୍ମିକସ୍ଥଳ , ହୋଟେଲ୍‌, ରେଷ୍ଟୁରାଣ୍ଟ, ଅନ୍ୟ ସେବା , ସପିଂ ମଲ୍‌ ଖୋଲିବ । ଜୁନ୍‌ ୮ରୁ ଏହା ସବୁ ଖୋଲିବ । ସାମାଜିକ ଦୂରତା ଓ ଅନ୍ୟାନ୍ୟ ସୁରକ୍ଷା ଜନିତ କଟକଣା ଜାରି ରହିବ । ଦେଶବ୍ୟପୀ ସେଲୁନ୍‌ ଖୋଲା ରହିବ ।

ସ୍କୁଲ, କଲେଜ୍‌, ଶିକ୍ଷାନୁଷ୍ଠାନ ଖୋଲିବା ବିଷୟରେ ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟଙ୍କ ସହ ବିଚାର ବିମର୍ଶ କରାଯିବ । ଏଥିପାଇଁ ଅଭିଭାବକମାନଙ୍କୁ କିପରି ସଚେତନ କରାଯିବ ସେ ବିଷୟରେ ଧ୍ୟାନ ଦେବା ପାଇଁ କୁହାଯାଇଛି । ବିଚାର ବିମର୍ଶ କରିବା ପରେ ଜୁଲାଇ ମାସରେ ଶିକ୍ଷାନୁଷ୍ଠାନ ଖୋଲିବକି ନାହିଁ ସେ ବିଷୟରେ ନିଷ୍ପତ୍ତି ନିଆଯିବ ।

ଅନ୍ତର୍ଜାତୀୟ ବିମାନ ଯାତ୍ରା, ମେଟ୍ରୋ ଟ୍ରେନ ଚଳାଚଳ, ସିନେମା ହଲ୍‌, ଜିମ୍‌ , ସୁଇମିଂ ପୁଲ୍‌ ମନୋରଞ୍ଜନ ପାର୍କ ଥିଏଟର୍‌, ବାର୍‌, ଅଡିଟୋରିୟମ୍‌ ବିଭିନ୍ନ ପ୍ରକାରର ଲୋକ ଏକାଠି ହେଉଥିବା କାର୍ଯ୍ୟ ଉପରେ କଟକଣା ରହିଛି । ପରିସ୍ଥିତି ହିସାବରେ ଏ ବିଷୟରେ ନିଷ୍ପତ୍ତି ନିଆଯିବ ।

Leave a Reply

Your email address will not be published. Required fields are marked *