ଯୌତୁକରେ ମିଳିଲାନି ଜେସିବି, ଫେସବୁକରେ ୭ଟି ଫେକ୍ ଆଇଡି ଖୋଲି ସ୍ତ୍ରୀର ଇଜ୍ଜତ ସହ ଖେଳିଲା ସ୍ବାମୀ
ଆଜମଗଡ,:-ଯୌତୁକ ଲୋଭରେ ଜଣେ ମଣିଷ କେତେ ତଲକୁ ଖସିପାରେ ତାହା ଉଦାହରଣ ହେଉଛନ୍ତି ଉତ୍ତରପ୍ରଦେଶରେ ଜଣେ ବ୍ୟକ୍ତି। ୟୁପିର ଆଜମଗଡ ଜିଲ୍ଲାରେ ଜଣେ ବ୍ୟକ୍ତି ବିବାହ ପରେ ଶ୍ବଶୁର ଘରୁ ଯୌତୁକରେ ଜେସିବି ପାଇନଥିବାରୁ ସୋସିଆଲ ମିଡିଆରେ ପତ୍ନୀଙ୍କ ଇଜ୍ଜତକୁ ନେଇ ଖେଳିବା ଭଳି ଲଜ୍ବ୍ୟାଜନକ ଘଟଣା ଦେଖିବାକୁ ମିଳିଛି।
ଅଭିଯୁକ୍ତ ସ୍ବାମୀ ନିଜର ପତ୍ନୀ ନାମରେ ୭ଟି ଫେସବୁକ୍ ଆଇଡି ଖୋଲି ଅଶ୍ଲୀଳ ଫଟୋ ଏବଂ ଭିଡିଓ ପୋଷ୍ଟ କରୁଥିଲେ। ସେତେବେଳେ ଆହୁରି ତଳକୁ ଖସିଗଲେ ଯେତେବେଳେ ସେ ନିଜର ପତ୍ନୀଙ୍କ ଫୋନ୍ ନମ୍ବର ନିଜ ସାଙ୍ଗମାନଙ୍କ ଭିତରେ ବାଣ୍ଟି ଦେଇଥିଲେ ଓ ସେମାନେ ତାଙ୍କ ସହିତ ଯେତେବେଳେ ଅଶ୍ଲୀଳ କଥା ହୋଇଥିଲେ। ପୋଲିସ ଏବେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିସାରିଛି।