ଚୋରୀ ଗହଣାକୁ ଟିକ୍ଟକ୍ରେ ଦେଖାଇବା ପଡ଼ିଲା ମହଙ୍ଗା , ଗିରଫ ହେଲେ ମହିଳା
ଗୌହାଟୀ – ଟିକ୍ଟକ୍ ସଉକରେ ମହିଳା ହେଲେ ଗିରଫ । ଏମିତି ଏକ ଖବର ଆସିଛି ଆସାମରୁ । ଚୋରୀ ଗହଣାକୁ ଟିକ୍ଟକ୍ରେ ଦେଖାଇ ଗିରଫ ହୋଇଛନ୍ତି ଜଣେ ମହିଳା । ଆସାମ ପୁଲିସ୍ ତାଙ୍କୁ ଗିରଫ କରିଥିବାର ଖବର ସାମନାକୁ ଆସିଛି ।
ଇଷ୍ଟର୍ଣ୍ଣ ଆସାମର ଜୋରହାଟ ଜିଲ୍ଲାର ସୁରୁଜନଗର ଗାଁର ନବଜ୍ୟୋତି ପାୟେଙ୍ଗ କିଛି ଦିନ ତଳେ ତାଙ୍କର ଚାକରାଣୀ କଲିତା ନିଖୋଜ ହେବା ନେଇ ସ୍ଥାନୀୟ ପୁଲିସ୍କୁ ଜଣାଇଥିଲେ । ଏହାସହ ତାଙ୍କର ସ୍ତ୍ରୀ ଓ ପିଲାଙ୍କର ସୁନା ଗହଣା ଓ ଭଲ ଭଲ ଦାମୀ ପୋଷାକ , ଘଣ୍ଟା ସବୁ ଘରୁ ଚୋରୀ ହୋଇଥିବାର ପୁଲିସ୍କୁ ସୂଚନା ଦେଇଥିଲେ ।
ପେୟାଙ୍ଗର ସ୍ତ୍ରୀ ପଲ୍ଲବୀ ଫୁକେନ୍ ପେୟାଙ୍ଗ ପୁଲିସରେ ଏତଲା ଦେବା ପରେ ଜୋରହାଟର ପୁଲିବୋର ପୁଲିସ ଷ୍ଟେସନ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପେୟାଙ୍ଗ କିନ୍ତୁ ତାଙ୍କର ସୁନା ଗହଣା ଚୋରୀ ହେବା ନେଇ ଆଉ ଅପେକ୍ଷା କରିବାରେ ନଥିଲେ । ସେ ମଧ୍ୟ ନିଜ ଆଡ଼ୁ ଖୋଜା ଖୋଜି ଚଳାଇଥିଲେ । ସେ ଦେଖିବାକୁ ପାଇଲେ ଟିକ୍ଟକ୍ ଭିଡ଼ିଓରେ କିଛି ସୁନା ଗହଣା ଯାହାକି ଜଣେ ମହିଳା ଦେଖାଉଛନ୍ତି , ତାହା ଚିହ୍ନା ଚିହ୍ନା ଲାଗୁଥିଲା । ଟିକ୍ଟକ୍ରେ ସେହି ମହିଳା ଜଣଙ୍କ ତାଙ୍କର ନିଖୋଜ ଚାକରାଣୀ ବୋଲି ଚିହ୍ନି ପାରିଲେ ।
ଜୋରହାଟ ପୁଲିସ୍ ସେହି ମହିଳାଙ୍କୁ ବିଶ୍ୱନାଥ ଜିଲ୍ଲାର ଢ଼ୋପାବୋର ଗାଁରେ ଥିବାର ପତ୍ତା ଲଗେଇଥିଲେ । କିନ୍ତୁ ସେହି ସୁନା ଗହଣା ସହ ଭିଡ଼ିଓରେ ନଜର ଆସୁଥିବା ମହିଳା ଜଣଙ୍କ ସୁମି କାଲିଟା ନୁହେଁ , ଅନାମିକା ଲାହୋନ ବୋଲି ପେୟାଙ୍ଗଙ୍କୁ ସେ କହିଥିଲେ ।
୨୯ ଶୁକ୍ରବାର ବିଳମ୍ୱିତ ରାତିରେ ତାଙ୍କୁ ପୁଲିସ୍ ଗିରଫ କରି ଗୋହପୁର ପୁଲିସ୍ ଷ୍ଟେସନକୁ ଆଣିଥିଲା ।