ପ୍ରବାସୀଙ୍କୁ ଜୀବିକା ଯୋଗାଇବେ ରାଜ୍ୟ ସରକାର, ଜୁନ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଖର୍ଚ୍ଚ ହେବ ୧୭ ହଜାର କୋଟି

ଭୁବନେଶ୍ୱର:-ନବୀନ ସରକାରଙ୍କ ପଂଚମ ପାଳିର ପ୍ରଥମ ବର୍ଷ ପୂର୍ତିରେ ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା । ୨୨ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଅଣ୍ଡର ଗ୍ରାଜୁଏଟ କୋର୍ସକୁ ପରଫେକ୍ଟ ପ୍ରଫେସନାଲର ମାନ୍ୟତା ଦିଆଗଲା ।ମାଳିତୀ ଦେବୀ ପ୍ରାକ ବିଦ୍ୟାଳୟ କାର୍ଯ୍ୟକ୍ରମ ଜରିଆରେ ଅଙ୍ଗନୱାଡି କେନ୍ଦ୍ରରେ ପଢୁଥିବା ପିଲାଙ୍କ ଯୋତା, ମୋଜା ସହ ସ୍ୱେଟର ବଂଟନ କରାଯିବ । ଆସ୍କା ଚିନି କଳକୁ ୧୫ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ । କ୍ୟାସ କ୍ରେଡିଟ ଆକାରରେ ରୁଣ ନେବାକୁ କ୍ୟାବିନେଟର ଅନୁମୋଦନ । ଏହି ଟଙ୍କା ଆଖୁ ଚାଷୀଙ୍କୁ ଆସ୍କା କୋଅପରେଟିଭ ସୁଗାର ଲିମିଟିଡ ଯୋଗାଇ ଦେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି ହୋଟେଲ, ରେଷ୍ଟୁରାଂଟ ଓ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଇଡୋକ ପକ୍ଷରୁ ଜମି ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି ସରକାର ।

Leave a Reply

Your email address will not be published. Required fields are marked *