ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ

ଛତିଶଗଡ଼ର:–ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ । ପରଲୋକ ନେଇ ଟ୍ୱିଟରେ ସୂଚନା ଦେଇଛନ୍ତି ପୁଅ ଅମିତ ଯୋଗୀ ।  ମୃତ୍ୟୁ ବେଳକୁ ଅଜିତ୍‌ ଯୋଗୀଙ୍କୁ ୭୪ ବର୍ଷ ବୟସ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଅଜିତ୍‌ ଯୋଗୀ ଗତ ମେ ୯ ତାରିଖରେ ହୃଦାଘାତର ଶିକାର ହେବାପରେ ଚିକିତ୍ସା ପାଇଁ ତାଙ୍କୁ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ, ଆଜି ପୂର୍ବାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଲାଗଲାଗ ଦୁଇଟି ହୃଦ୍‌ଘାତ ହେବା ଫଳରେ ତାଙ୍କର ସ୍ୱାସ୍ଥାବସ୍ଥା ଗୁରୁତର ହୋଇ ପଡ଼ିଥିଲା । ତାଙ୍କୁ ଆଇସିୟୁ ମଧ୍ୟରେ ରଖି ଚିକିତ୍ସା କରୁଥିବା ଡାକ୍ତରମାନେ ତାଙ୍କ ସ୍ୱାସ୍ଥାବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କହିଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଆଜି ଅପରାହ୍ଣରେ ଅଜିତ ଯୋଗୀଙ୍କର ଦେହାନ୍ତ ହୋଇଯାଇଛି ।ଉଲ୍ଲେଖଯୋଗ୍ୟ, ଅଜିତ ଯୋଗୀ ନଭେମ୍ବର ୨୦୦୦ ରୁ ନଭେମ୍ବର ୨୦୦୩ ପର୍ଯ୍ୟନ୍ତ ନବଗଠିତ ଛତିଶଗଡ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । କଂଗ୍ରେସ ଦଳର ଜଣେ ପୁରୁଖା ନେତା ଭାବେ ବିବେଚିତ ଅଜିତ ଯୋଗୀ ୨୦୧୬ରେ କଂଗ୍ରେସ ଦଳରୁ ଅଲଗା ହୋଇ ଯାଇଥିଲେ । ପରେ ସେ ଜନତା କଂଗ୍ରେସ ଛତିଶଗଡ (ଜେ) ନାମରେ ନିଜର ଏକ ରାଜନୈତିକ ଦଳ ଗଠନ କରିଥିଲେ ।

Leave a Reply

Your email address will not be published. Required fields are marked *