ବନ୍ଦ କୋଠରୀରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର,କାରଣ ଖୋଜୁଛି ପୋଲିସ

ଭୁବନେଶ୍ବର: ଲିଙ୍ଗରାଜ ଥାନା ଅଞ୍ଚଳର କେଉଟସାହି ରେ  ଦମ୍ପତି ଆତ୍ମହତ୍ୟା କରିଛନ୍ତି। ବନ୍ଦ ଘର ଭିତରକୁ ପୋଲିସ ମୃତ ଦେହ ଜବତ କରିଛି। ମୃତ ଯୁବକ ହେଲେ ରାକେଶ ରାଉତ ଏବଂ ତାଙ୍କ ସ୍ତ୍ରୀ ମୀନାକ୍ଷୀ । ତେବେ ମୃତଦେହ ଉଦ୍ଧାର କରିଛି ଲିଙ୍ଗରାଜ ଥାନା ପୋଲିସ ।

ଖବରମୁତାବକ, ସବୁଦିନ ପରି ଖୋଲୁଥିବା କବାଟ ନ ଖୋଲିବାରୁ ଘର ଲୋକେ ଭାଙ୍ଗି ଖୋଲି ଥିଲେ କବାଟ । ଆଉ ତା ପରେ ହୋସ ଉଡିଯାଇଥିଲା ପରିବାର ଲୋକଙ୍କର । କବାଟ ଖୋଲିବା ପରେ ଦେଖିବାକୁ ପାଇଲେ ପଙ୍ଖାରେ ଝୁଲୁଥିଲେ ପୁଅ ରାକେଶ ଆଉ ବୋହୁ ମୀନାକ୍ଷୀର ମୃତଦେହ ।

ତେବେ କାହିଁକି ଘଟିଗଲା ଏପରି ଅଘଟଣ । କାହିଁକି ରାକେଶ ଆଉ ମୀନାକ୍ଷୀ ନେଲେ ଏପରି ଚରମ ପଦକ୍ଷେପ। ଏହା ପଛରେ କାରଣ ପାରିବାରିକ ନା ବୈବାହିକ କଳହ ନା ପ୍ରେମ ବିବାହ କରିଥିବା ଉଭୟ ଦମ୍ପତିଙ୍କ ମଧ୍ୟରେ ଥିଲା ଆଉ କିଛି କାରଣ ।

Leave a Reply

Your email address will not be published. Required fields are marked *