ପୁଅକୁ ହତ୍ୟା କରି ପୋତିଦେଲା ବାପା, ୭ ଦିନ ପରେ ପଦାକୁ ଆସିଲା ସତ

ଆଠଗଡ:-କଟକ ଜିଲ୍ଲା ଆଠଗଡରେ ଅଭାବନୀୟ ଘଟଣା ଘଟିଛି । ପୁଅକୁ ହତ୍ୟା କରି ପୋତିଦେଇଛି ବାପା । ହତ୍ୟାକାଣ୍ଡର ୭ ଦିନ ପରେ ଘଟଣା ପଦାକୁ ଆସିଛି । ପୋଲିସ ଘଟଣାର ତଦନ୍ତ କରୁଛି ।କଟକ ଜିଲ୍ଲା ଗୁରୁଡୁଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଉଛନ୍ତି କୁନା ଦେହୁରୀ । ତାଙ୍କ ବୟସ ୩୦ବର୍ଷ ବୋଲି ଜଣାପଡିଛି । ହତ୍ୟା ଅଭିଯୋଗରେ ୬୦ ବର୍ଷ ବୟସ୍କ ଅଭିଯୁକ୍ତ ବାପା ନରେନ୍ଦ୍ର ଦେହୁରୀକୁ ଥାନାରେ ଅଟକ ରଖି ପୋଲିସ ଛାନଭିନ୍ କରୁଛି ।ଘଟଣାର ୭ ଦିନ ପରେ ଖବର ପାଇ ମାଟି ଖୋଳି ଶବକୁ ଜବତ କରିଛି ଗୁରୁଡୁଝାଟିଆ ପୋଲିସ । ହତ୍ୟାର କାରଣ ଜଣାପଡିନି । ଘଟଣାସ୍ଥଳରେ ପୋଲିସ ଟିମ୍ ତନାଘନା କରୁଛି ।

Leave a Reply

Your email address will not be published. Required fields are marked *