ଜୁନ୍ ୨୧ରେ ଆଂଶିକ ସୂର୍ଯ୍ୟ ପରାଗ

୨୦୨୦ର ସବୁଠୁ ବଡ଼ ମହାକାଶୀୟ ଘଟଣା ଆସନ୍ତା ମାସରେ ହେବାକୁ ଯାଉଛି। ଜୁନ୍ ୨୧ତାରିଖରେ ଆଂଶିକ ସୂର୍ଯ୍ୟପରାଗ ହେବାକୁ ଯାଉଛି। ଲକ୍ଷ୍ନୌର ଲୋକଙ୍କୁ ୨୦୦୯ମସିହା ଜୁଲାଇ ୨୧ତାରିଖ ପରେ ସବୁଠୁ ଅଧିକ ସମୟ ଏବଂ ଏବେ ସୁଦ୍ଧାର ସବୁଠୁ ବଡ଼ ପରାଗ ଦେଖିବାକୁ ମିଳିବ।

ପରାଗ ସମୟରେ ସୂର୍ଯ୍ୟଙ୍କ ପାଖାପାଖି ୮୮ପ୍ରତିଶତ ଭାଗ ଚନ୍ଦ୍ର ଦ୍ବାରା ଘୋଡ଼ାଇ ହୋଇଯିବ। ଆଂଶିକ ସୂର୍ଯ୍ୟପରାଗ ରବିବାର ୧୦.୨୬ରୁ ଆରମ୍ଭ ହୋଇ ୧.୫୮ ଯାଏଁ ରହିବ। ଅର୍ଥାତ୍ ୩ଘଣ୍ଟା ୩୨ମିନିଟ୍ ଯାଏଁ ରହିବ।

ସୂର୍ଯ୍ୟଗ୍ରହଣ ସେତେବେଳେ ହୋଇଥାଏ ଯେତେବେଳେ ଚନ୍ଦ୍ର ପୃଥିବୀ ଏବଂ ସୂର୍ଯ୍ୟ ଦେଇ ଅତିକ୍ରମ କରିଥାଏ। ୨୦୦୯ମସିହା ପରେ ଏଭଳି ମହାକାଶୀୟ ଘଟଣା ସାମନାକୁ ଆସିନାହିଁ। ୧୨ବର୍ଷ ପରେ ଅପେକ୍ଷାର ଅନ୍ତ ଘଟିଛି। ଏହା ଲକ୍ଷ୍ନୌରେ ଆଂଶିକଭାବେ ଦେଖାଯିବ। ରାଜସ୍ଥାନ,ଉତ୍ତରାଖଣ୍ଡର କିଛି ଭାଗରେ ପୂର୍ଣ୍ଣ ପରାଗ ଦେଖାଯିବ।

Leave a Reply

Your email address will not be published. Required fields are marked *