ମହାରାଷ୍ଟ୍ରରେ କରୋନା ଯୋଗୁଁ ଏପର୍ଯ୍ୟନ୍ତ ୨୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ୨୪ ଘଣ୍ଟା ମଧ୍ୟରେ ୧୩୦ରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ:-ମହାରାଷ୍ଟ୍ରର ପୋଲିସ କର୍ମଚାରୀମାନେ ମଧ୍ୟ କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିଡ୍-୧୯ ଯୋଗୁଁ ୨୨ ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୧୩୦ରୁ ଅଧିକ ପୋଲିସ କର୍ମଚାରୀଙ୍କ କରୋନା ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସିଛି । ଏହାସହ ମହାରାଷ୍ଟ୍ରରେ ୨୦୯୫ ପୋଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି ।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ୍ କରୋନା ସଂକ୍ରମିତ ପୋଲିସ ମଧ୍ୟରୁ ୨୩୬ଜଣ ଅଧିକାରୀସ୍ତରର ଥିବାବେଳେ ୧୮୫୯ ଜଣ କନଷ୍ଟେବଳ ର୍ୟାଙ୍କର ଅଛନ୍ତି । ସମସ୍ତେ ଅଲଗା ଅଲଗା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅନେକ ଅଧିକାରୀ ଏବଂ ପୋଲିସ ମଧ୍ୟ କରୋନା ଭାଇରସ୍ କୁ ମାତ୍ ଦେଇ ଡ୍ୟୁଟିକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ୭୫ ପୋଲିସ କର୍ମଚାରୀ ଏବଂ ୮୨୨ କନଷ୍ଟେବଳ ର୍ୟାଙ୍କ କର୍ମଚାରୀ ଏହି ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ।

ବିଭାଗୀୟ ଅଧିକାରୀଙ୍କ କହିବା ଅନୁସାରେ, କରୋନା ସମୟରେ ରାଜ୍ୟରେ ପୋଲିସ ଉପରେ ୨୫୪ ଆକ୍ରମଣ ଘଟଣା ହୋଇଥିଲା । ଏହି ଘଟଣାରେ ୮୩୩ ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ୪୦ରୁ ଅଧିକ ସ୍ବାସ୍ଥ୍ୟକର୍ମୀ ଲତ୍ ଡାଉନ୍ ସମୟରେ ଆସାମାଜିକ ବ୍ୟକ୍ତିଙ୍କ ଦ୍ବାରା ଆକ୍ରମଣ ଘଟଣାମାନ ଘଟିଛି ।

ଅଧିକାରୀ କହିଛନ୍ତି ଯେ, ଲକ୍ ଡାଉନ୍ ଆଦେଶ ଉଲ୍ଲଂଘନ କରିଥିବା ନେଇ ମହାରାଷ୍ଟ୍ର ପୋଲିସ ଆଇପିସିର ଧାରା ୧୮୮ ଅନୁଯାୟୀ ଅତି କମରେ ୧୧୬୬୭୦ ମାମଲା ରୁଜୁ କରିଛି । ଏହି ମାମଲାରେ ୨୩୩୧୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହା ବ୍ୟତୀତ ଅନ୍ତତଃ ପକ୍ଷେ ହୋମ୍ କ୍ବାରେଣ୍ଟାଇନ୍ ରେ ଥିବା ୭୦୫ ଜଣଙ୍କୁ ନିୟମ ଉଲ୍ଲଂଘନ କରିଥିବା ପୋଲିସ ଚିହ୍ନଟ କରିଛି । ତେବେ ମୁମ୍ବାଇ ଏହି ଆକଳନରେ ଅନ୍ତର୍ଭୁକ୍ତ ନୁହେଁ।

ଲକ୍ ଡାଉନ୍ ପରେ କଣ୍ଟ୍ରୋଲ ରୁମକୁ କରୋନା ଭାଇରସ୍ ପ୍ରକୋପ ସହ ସମ୍ବନ୍ଧିତ ପ୍ରାୟ ୯୬୭୦୦ ଫୋନ୍ କଲ୍ ଆସିଛି । ପୋଲିସ ସାରା ରାଜ୍ୟରେ ବେଆଇନ ପରିବହନ ନେଇ ୧୩୨୩ ମାମଲା ରୁଜୁ କରିଛି ଏବଂ ଲକ୍ ଡାଉନ୍ ସମୟରେ ୭୫୮୧୩ ଗାଡି ଜବତ କରିଛି ।

Leave a Reply

Your email address will not be published. Required fields are marked *